Categories: ଜାତୀୟ

ଖୁବ୍‌ଶୀଘ୍ର ଉଡାଣ ଭରିବ ଜେଟ୍‌ ଏୟାରୱେଜ, ମିଳିଲା ଅନୁମତି

ନୂଆଦିଲ୍ଲୀ,୩୧।୭: ବର୍ଷ ବର୍ଷ ଧରି ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରୱେଜ ଖୁବ୍‌ଶୀଘ୍ର ପୁଣିଥରେ ଉଡାଣ ଭରିବ। ବିମାନ ଉଡ଼ାଣ ନିୟନ୍ତ୍ରକ ପୁନର୍ବାର ଉଡ଼ାଣ ଆରମ୍ଭ କରିବା ପାଇଁ କମ୍ପାନୀକୁ ଆବଶ୍ୟକ ଅନୁମତି ଦେଇଛନ୍ତି। ଏହା ଆଶା ବଢାଇ ଦେଇଛି ଯେ ବର୍ତ୍ତମାନ ଜେଟ୍‌ ଏୟାରୱେଜର ଉଡାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଶୀଘ୍ର ଶେଷ ହେବ।

ଦେବାଳିଆ ବିମାନ ଜେଟ୍‌ ଏୟାରୱେଜ ପାଇଁ ସଫଳ ବିଡର ହୋଇଥିବା ଜାଲାନ-କାଲ୍ରକ କନ୍ସୋର୍ଟିୟମ ସୋମବାର ଏହି ଅନୁମତି ପାଇବା ବିଷୟରେ ସୂଚନା ଦେଇଛି। ସେ କହିଛନ୍ତି ଯେ ବିମାନ ନିୟାମକ ଡିଜିସିଏ ଏୟାର ଅପରେଟର ଅନୁମତିକୁ ପୁଣିଥରେ ଜାରି କରିଛି। ଡିଜିସିଏ ପୂର୍ବରୁ ଜେଟ୍‌ ଏୟାରୱେଜକୁ ଦୁଇଥର ଅନୁମତି ଦେଇଥିଲା, କିନ୍ତୁ କମ୍ପାନୀ ଉଡ଼ାଣ ଆରମ୍ଭ କରିପାରି ନଥିଲା, ଯେଉଁ କାରଣରୁ ଅନୁମତିର ସମାପ୍ତି ତାରିଖ ଅତିକ୍ରମ କରିସାରିଥିଲା।

ଏକ ବିବୃତ୍ତିରେ କୁହାଯାଇଛି, ୨୦୨୩ ଜୁଲାଇ ୨୮ରେ ଡିଜିସିଏରୁ ଜେଟ୍‌ ଏୟାରୱେଜ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଯେଉଁଥିରେ ଜେଟ୍‌ ଏୟାରୱେଜର ଉଡାଣ ଭରିବାର ରାସ୍ତା ସଫା ହୋଇଯାଇଛି । ଜେଟ୍‌ ଏୟାରୱେଜ ବିମାନ ଉଡ଼ାଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି।

Share