Categories: ଜାତୀୟ

ଜଳନ୍ଧର ଲୋକ ସଭା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ଏଏପିରେ ସାମିଲ ହେଲେ ପୂର୍ବତନ ବିଧାୟକ

 

ଚଣ୍ଡିଗଡ,୧୦।୪: ପଞ୍ଜାବର ଜଳନ୍ଧରଠାରେ ହେବାକୁ ଥିବା ଲୋକ ସଭା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟକା। କରତାରପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ଚୌଧୁରୀ ଏଏପିରେ ସାମିଲ ହୋଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ତାଙ୍କୁ ଦଳରେ ବିଧିବଦ୍ଧ ଭାବେ ସାମିଲ କରାଇଛନ୍ତି। ଏହାପରେ ସୁରେନ୍ଦ୍ର ଚୌଧୁରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମ ଆଦମୀ ପାର୍ଟିର ଜନ କଲ୍ୟାଣ ନୀତି ଦ୍ୱାରା ପ୍ରଭାବିତ ହେବା ପରେ ମୁଁ ଏହି ପଦକ୍ଷେପ ନେଇଛି। ପଞ୍ଜାବର ଭବିଷ୍ୟତ କେବଳ ଭଗବନ୍ତ ମାନଙ୍କ ହାତରେ ସୁରକ୍ଷିତ। ଆସନ୍ତା ୧୦ତାରିଖ ଦିନ ଜଳନ୍ଧରରେ ଲୋକ ସଭା ଉପନିର୍ବାଚନ ହେବାକୁ ଯାଉଛି।

Share