ପୋଙ୍ଗଲରେ ଜାଲିକାଟ୍ଟୁ: ସରକାର ଦେଲେ ଅନୁମତି, ଖେଳାଳିଙ୍କୁ ଦାଖଲ କରିବାକୁ ପଡ଼ିବ କରୋନା ନେଗେଟିଭ୍‌ ପ୍ରମାଣପତ୍ର

ଚେନ୍ନାଇ,୨୩।୧୨: ପୋଙ୍ଗଲ ଅବସରରେ ତାମିଲନାଡୁରେ ଅନୁଷ୍ଠିତ ହେଉଥିବା ଜାଲିକାଟ୍ଟୁ ଖେଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କରୋନା ମହାମାରୀ ସଂକ୍ରମଣ ଯୋଗୁ ଜାଲିକାଟ୍ଟୁ ଅନୁଷ୍ଠିତ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ଖେଳ ପାଇଁ ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡି କେ. ପଲାନିସାମି ସରକାରଙ୍କ ପକ୍ଷରୁ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି। ଖେଳରେ ୧୫୦ରୁ ଅଧିକ ଖେଳାଳି ଯୋଗଦେଇ ପାରିବେ ନାହିଁ। ପ୍ରତି ଖେଳାଳିଙ୍କୁ କରୋନା ନେଗେଟିଭ୍‌ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଏହା ସହିତ ଖେଳ ଦେଖିବା ପାଇଁ ପଡ଼ିଆର ଥିବା କ୍ଷମତା ଅନୁସାରେ କେବଳ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିବ। ରାଜ୍ୟରେ ଜାନୁୟାରୀ ୧୫ରେ ୪୦୦ ବର୍ଷ ପୁରାତନ ଏହି ଖେଳ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Share