ଇସଲାମାବାଦ୍,୯।୮: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରୀୟ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିବେ ବୋଲି ଚର୍ଚ୍ଚା ହେଉଛି। ଜାତୀୟ ବିଧାନସଭାର ପାଞ୍ଚ ବର୍ଷର କାର୍ଯ୍ୟକାଳ ଅଗଷ୍ଟ ୧୨ରେ ଶେଷ ହେବ। ଶେଲିବାଜ ସରିଫଙ୍କ ଇସ୍ତଫା ପରେ ଜଲିଲ ଅବ୍ବାସ ଜିଲାନି ପ୍ରଧାନମନ୍ତ୍ରୀ ହୋଇପାରନ୍ତି।
ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଭେଟିବା ପାଇଁ ଜଲିଲ ଅବ୍ବାସ ଜିଲାନି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ପୂର୍ବତନ ବୈଦେଶିକ ସଚିବ ଜଲିଲ ଅବ୍ବାସ ଜିଲାନି ଆମେରିକା ଏବଂ ୟୁରୋପୀୟ ୟୁନିଅନରେ ରାଷ୍ଟ୍ରଦୂତ, ଅଷ୍ଟ୍ରେଲିଆରେ ପାକିସ୍ତାନର ହାଇ କମିଶନର ଏବଂ ଭାରତରେ ପାକିସ୍ତାନର ଡେପୁଟି ହାଇ କମିଶନର ଭାବରେ କାର୍ଯ୍ୟ କରିଛନ୍ତି। ଜାତୀୟ ବିଧାନସଭା ଭଙ୍ଗ ହେବା ସହିତ ପାକିସ୍ତାନରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାସ୍ତା ଖୋଲାଯିବ।
୧୧ ଏପ୍ରିଲ ୨୦୨୨ରେ ପାକିସ୍ତାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ସମୟରେ ଶାହାବାଜ ଶରିଫଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା।