Categories: ଜାତୀୟ

ଜାଲନା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଆଦିତ୍ୟ ଠାକରେ, କହିଲେ ଇସ୍ତଫା ଦେଇଦେବା ଭଲ

ମୁମ୍ବାଇ,୩।୯: ମହାରାଷ୍ଟ୍ରର ଜାଲନାରେ ମରାଠା ସଂରକ୍ଷଣ ଆନ୍ଦୋଳନ ଶୁକ୍ରବାର ହିଂସାତ୍ମକ ରୂପ ନେଇଛି। ଏହି ଆନ୍ଦୋଳନରେ ୩୮ଜଣ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ଏଥି ସହିତ, ଶନିବାର ଅପରାହ୍ନ ପର୍ଯ୍ୟନ୍ତ ୩୬୦ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ବିଷୟରେ ଆଦିତ୍ୟ ଠାକରେଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସିଏମ ଏକନାଥ ଶିନ୍ଦେଙ୍କୁ ଆକ୍ରମଣ କରି ଆଦିତ୍ୟ ଠାକରେ କହିଛନ୍ତି ଯେ ଯଦି ତାଙ୍କର ଲଜ୍ଜା ଅଛି, ତେବେ ସେ ଇସ୍ତଫା ଦିଅନ୍ତୁ।

ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ କହିଛନ୍ତି ଯେ ଜାଲନାରେ କ’ଣ ଘଟିଛି ଆମେ ସମସ୍ତେ ଦେଖିଛୁ। ଲାଟିଚାର୍ଜ ଅତି ହିଂସାତ୍ମକ ଢଙ୍ଗରେ କରାଯାଉଥିଲା ଯେପରି କେହି ତାଙ୍କ ଶତ୍ରୁ ଉପରେ ଆକ୍ରମଣ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନ ଜଣାଇ ପୋଲିସ ଲାଠିଚାର୍ଜ କରିବା ସମ୍ଭବ ନୁହେଁ। ଯଦି ରାଜ୍ୟ ସରକାରଙ୍କର ଟିକିଏ ଲଜ୍ଜା ମଧ୍ୟ ଅଛି, ତେବେ ସେ ଇସ୍ତଫା ଦେବା ଉଚିତ।

 

Share