Categories: ଜାତୀୟ

ବିସର୍ଜନ ସମୟରେ ନଦୀରେ ଆସିଲା ପ୍ରଖର ସ୍ରୋତ ଭାସିଗରେ ୪୦, ୭ ମୃତ

କୋଲକାତା, ୬ ।୧୦:ପଶ୍ଚିମବଙ୍ଗର ଜଲପାଇଗୁଡିରେ ବୁଧବାର ରାତିରେ ଦୁର୍ଗା ମୂର୍ତ୍ତି ବିସଜନ ସମୟରେ ଏକ ବଡ ଅଘଟଣ ଘଟିଛି । ଏଠାରେ ଥିବା ମାଲ ନଦୀରେ ମାଆଙ୍କ ବିସର୍ଜନ ସମୟରେ ହଠାତ୍ ଆସିଥିବା ବନ୍ୟାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏବେ ପର୍ଯ୍ୟନ୍ତ ୩୦-୪୦ ଜଣ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ରାତି ପ୍ରାୟ ୮ଟା ବେଳେ ବହୁ ସଂଖ୍ୟାରେ ଲୋକେ ମଲ ନଦୀ କୂଳରେ ପହଞ୍ଚିଥିଲେ । ନଦୀର ଉଭୟ ପାଶ୍ୱର୍ରେ ଖୁବ ଭିଡ ଥିଲା । ପ୍ରଶାସନ ପକ୍ଷରୁ ଲାଗାତାର ଭାବେ ମାଇକ ଯୋଗେ ଲୋକଙ୍କୁ ସତର୍କ କରା ଯାଉଥିଲା । ହେଲେ କେତେଜଣ ଏହାକୁ ଖାତିର ନ କରି ଗାଡି ସହ ନଦୀ ମଧ୍ୟକୁ ପଶି ଯାଇଥିଲେ । ହେଲେ ଏହାର ମାତ୍ର କିଛି ସମୟ ପରେ ଯାହା ଘଟିଲା ତାହା କେହି କେବେ କଳ୍ପନା କରି ନ ଥିଲେ । ପ୍ରଖର ସ୍ରୋତ ଆସିବାର ପ୍ରାୟ ୪୦ ଜଣ ହଠାତ୍ ଭାସି ଯାଇଥିଲେ ।
ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ଏନଡିଆରଏଫ୍ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଜଲପାଇଗୁଡିର ଏସ୍‌ପି ଦେବର୍ଷି ଦତ୍ତ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ସେ କହିଛନ୍ତି ଏହି ଘଟଣାରେ ମୃତକଙ୍କ ସଂଖ୍ୟା ବଢିପାରେ । ଏବେ ପର୍ଯ୍ୟନ୍ତ ୭ ମୃତ ଘୋଷଣା ହୋଇଥିବା ବେଳେ ୧୦ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଥିବା ସେ କହିଛନ୍ତି ।

Share