ଜଳପରୀ ହେବା ପାଇଁ…

ଜଳପରୀ ହେଇପାରେ ଏକ କାଳ୍ପନିକ ଚରିତ୍ର। କିନ୍ତୁ ଏହା ସବୁବେଳେ ମଣିଷ ଲାଗି କୌତୁହଳର ବିଷୟ ରହି ଆସିଛି। ତାକୁ ନେଇ କେତେ କାହାଣୀ ବି ରଚନା କରାଯାଇଛି। ଏହି କୌତୁହଳକୁ ନଜରରେ ରଖି ଏବେ ଜଳପରୀକୁ ପେସା କରାଯାଇଛି। କିଛି ସୁନ୍ଦରୀ ଯୁବତୀ ଜଳପରୀ ଭଳି ପୋଷାକ ପିନ୍ଧି ସମୁଦ୍ର କୁଳ, ବଡ଼ ବଡ଼ ଆକ୍ୱାରିୟମ୍‌ ମଧ୍ୟରେ ଜଳପରୀ ଭଳି ପହଁରି ଲୋକଙ୍କର ମନୋରଞ୍ଜନ କରୁଛନ୍ତି। ଇଂଲଣ୍ଡର ୩୩ ବର୍ଷୀୟା ମସ୍‌ ଗ୍ରୀନ୍‌ ବି ସେମିତି ଜଣେ ପେସାଦାର ଜଳପରୀ। ସେ ପ୍ରଥମେ ଜଣେ ଶିକ୍ଷୟିତ୍ରୀ ଥିଲେ। ହେଲେ ଜଳପରୀ ହେବାର ନିଶା ଲାଗି ସେ ନିଜର ଚାକିରି ଛାଡିଦେଲେ। ସେଥିପାଇଁ ଏକ କୋର୍ସ ବି କଲେ। ଦୁଇ ବର୍ଷ ପରେ ତାଙ୍କୁ ଜଳପରୀର ଚାକିରି ମିଳିଲା। ହେଲେ ଶିକ୍ଷକତାରେ ଯେତିକି ପ୍ରାପ୍ୟ ମିଳୁଥିଲା ତା’ଠୁ କମ୍‌ ପ୍ରାପ୍ୟ ମିଳିଲା। ତଥାପି ତାଙ୍କ ମନରେ ଦୁଃଖ ନାହିଁ। କାରଣ ସେ ଏବେ ସେଇ କାମ କରୁଛନ୍ତି ଯେଉଁ କାମକୁ ସେ ଭଲ ପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା...

ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ...

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri