Categories: ଜାତୀୟ

ଜାମା ମସ୍‌ଜିଦ ମେଟ୍ରୋ ଷ୍ଟେଶନ ନାମ ହେବ ପରିବର୍ତ୍ତନ

ଲକ୍ଷ୍ନୌ,୨୭।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗ୍ରା ଏବଂ ମଥୁରା ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଫତେହାବାଦରେ ଅବସ୍ଥିତ ତାଜ ଇଷ୍ଟ ଗେଟ ମେଟ୍ରୋ ଷ୍ଟେସନ (ଆଗ୍ରା ମେଟ୍ରୋ) ରେ ମେଟ୍ରୋର ହାଇ ସ୍ପିଡ ଟ୍ରାଏଲ ରନ ଉଦ୍‌ଘାଟନ କରିଥିଲେ। ଏହି ସମୟରେ ମସ୍‌ଜିଦ ମେଟ୍ରୋ ଷ୍ଟେଶନ ନାମ ପରିବର୍ତ୍ତନ ହେବ ବୋଲି ଘୋଷଣା କରିଥିଲେ। ସେ କହିଛନ୍ତି, ଜାମା ମସ୍‌ଜିଦ ମେଟ୍ରୋ ଷ୍ଟେଶନର ନାମ ମାଙ୍କମେଶ୍ୱର ମନ୍ଦିର ଷ୍ଟେଶନ ହେବ। ଦୀର୍ଘ ଦିନ ଧରି ଏହି ମେଟ୍ରୋ ଷ୍ଟେସନର ନାମ ପରିବର୍ତ୍ତନ ହେବ ବୋଲି ଆଲୋଚନା ହେଉଥିଲା।
ସୂଚନାଯୋଗ୍ୟ, ଯୋଗୀ ଆଗ୍ରାସ୍ଥିତ ତାଜ ଇଷ୍ଟ ଗେଟର ମେଟ୍ରୋ ଷ୍ଟେଶନକୁ ଉଦଘାଟନ କରିଥିଲେ। ଏହି ସମୟରେ ସେ ଆଗ୍ରା ମେଟ୍ରୋ ରେଳ ଏବଂ ମେଟ୍ରୋ ଷ୍ଟେସନକୁ ମଧ୍ୟ ଯାଞ୍ଚ କରି ମେଟ୍ରୋ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

Share