Categories: ଜାତୀୟ

ଭାରତ ଗସ୍ତରେ ଆସିଥିବା ଜାମାଇକା ପ୍ରଧାନମନ୍ତ୍ରୀ ହଟହଟା, ସୁରକ୍ଷା ଅଭାବରୁ…

ନୂଆଦିଲ୍ଲୀ,୩ା୧୦: ଭାରତ ଗସ୍ତରେ ଆସିଥିବା ଜାମାଇକାର ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସଙ୍କ ସୁରକ୍ଷାକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି। ତାଙ୍କୁ ଭାରତ ସଂସଦ ଯିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସୁରକ୍ଷା ଏଜେନ୍ସି ମଧ୍ୟରେ ଦ୍ୱନ୍ଦ୍ୱ ଯୋଗୁ ତାଙ୍କର ପୂରା କନ୍‌ଭେନକୁ ଦୁଇ ରାଉଣ୍ଡ ଚକ୍କର କାଟିବାକୁ ପଡ଼ିଥିଲା।

ଏହାପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦ୍ରାବାଦ ହାଉସରେ ଜାମାଇକା ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଜାମାଇକାର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ଆଣ୍ଡ୍ରିୟୁ ହୋଲେନ୍ସ। ତାଙ୍କର ଚାରି ଦିନିଆ ଗସ୍ତ ଗୁରୁବାର ପର୍ଯ୍ୟନ୍ତ ଜାରି ରହିଛି। ସେ ଅକ୍ଟୋବର ୨ରେ ରାଜଘାଟରେ ମହାତ୍ମାଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ବି କରିଥିଲେ। ତଥାପି ଆଜି ସୁରକ୍ଷାକର୍ମୀମାନେ ତାଙ୍କୁ ଚିହ୍ନିପାରିଲେନି ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share