Categories: ଖେଳ

ସେଦିନ କ୍ରିକେଟ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି: ଆଣ୍ଡରସନ୍‌

ନୂଆଦିଲ୍ଲୀ,୧୮।୫: ବର୍ତ୍ତମାନ ସମୟରେ ଇଂଲଣ୍ଡ କ୍ରିକେଟ ଟିମ୍‌ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ପ୍ରଥମେ ଦଳର ଅଧିନାୟକ ଇସ୍ତଫା ଦେବା ପରେ ଅନେକ ବୋର୍ଡ ଅଧିକାରୀ ଇସ୍ତଫା ଦେଇଥିଲେ। ଏପରିକି ସୋମବାର ବୋର୍ଡର ସିଇଓ ଟମ୍‌ ହାରିସନ୍‌ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏଭଳି ସ୍ଥିତିରେ ଦଳର ସବୁଠାରୁ ଅଭିଜ୍ଞ ଖେଳାଳି ଏବଂ ମହାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ବଡ଼ ଖୁଲାସା କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ତିନି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜରୁ ବାଦ ପଡ଼ିବା ପରେ ସେ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ବିଷୟରେ ଚିନ୍ତା କରିଥିବା ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରୁ ଆଣ୍ଡରସନ ଏବଂ ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ବାଦ ଦିଆଯାଇଥିଲା। ଉଭୟ ଦଳ ଲାଗି ସର୍ବାଧିକ ଉଇକେଟ ନେଇଥିବା ବୋଲର ହେତୁ ଏଭଳି ନିଷ୍ପତ୍ତି ଅନେକଙ୍କୁ ଚକିତ କରିଥିଲା। ହେଲେ ଆଗାମୀ ଜୁନ୍‌ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଲର୍ଡସ୍‌ରେ ଖେଲାଯିବାକୁ ଥିବା ତିନି ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ ଲାଗି ଦଳ ଘୋଷଣା ହେବ। ଏଥିରେ ଆଣ୍ଡରସନ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ତେବେ ଆଣ୍ଡରସନ ଏଯାବତ ୧୬୯ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ୬୪୦ ଉଇକେଟ ନେଇଛନ୍ତି। ସେ ଇଂଲଣ୍ଡ କ୍ରିକେଟ ଇତିହାସର ସବୁଠୁ ସଫଳ ବୋଲର। ଏହାଛଡ଼ା ବିଶ୍ୱ ଟେଷ୍ଟ ଇତିହାସର ସବୁଠାରୁ ସଫଳ ଦ୍ରୁତ ବୋଲର।

Share