Categories: ଜାତୀୟ

‘ନା ରାମ ନା ଶିବ, ସେତେବେଳେ କେବଳ ଆଲ୍ଲା ଥିଲେ’ ମୌଲାନା ଅରଶଦ ମଦାନୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୨ ।୨: ରାଜଧାନୀ ଦିଲ୍ଲୀର ରାମଲିଳା ମଇଦାନରେ ଜମିୟତ ଉଲେମା-ଏ-ହିନ୍ଦର ଅଧିବେଶନରେ ମୌଲାନା ଅରଶଦ ମଦନିଙ୍କ ଏକ ବୟାନ ପରେ ମଞ୍ଚରେ ଉତ୍ତେଜନା ଦେଖାଯାଇଛି । ଏଥର ସେ ମୋହନ ଭାଗବତଙ୍କୁ ନେଇ ବିଷ ଓଗାଳିଛନ୍ତି । ମୌଲାନା କହିଛନ୍ତି ଆମ ଧର୍ମ ଉପରେ କାହିଁକି ହସ୍ତକ୍ଷେପ କରାଯାଉଛି । ଆମର ପ୍ରଥମ ଭବିଷ୍ୟଦବକ୍ତା ହେଉଛନ୍ତି ମନୁ ଅର୍ଥାତ୍ ଆଦମ । ସେ କହିଛନ୍ତି ତୁମର ପୂର୍ବ ପରୁଷ ହିନ୍ଦୁ ନୁହନ୍ତି । ତୁମର ପୂର୍ବ ପୁରୁଷ ମନୁ ଅର୍ଥାତ୍ ଆଦମ । ତାଙ୍କର ଏହି ବୟାନ ପରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଜମିୟତ ଓଲେମା-ଏ-ହିନ୍ଦର ୩୪ ତମ ଅଧିବେଶନରେ ମହାନୀ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ପାଇଁ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିଲେ । ସେ କହିଥିଲେ, ଆଲ୍ଲା ପୃଥିବୀରେ ମନୁ ଅର୍ଥାତ୍ ଆଦମଙ୍କୁ ପଠାଇଥିଲେ, ଯାହାଙ୍କ ପତ୍ନୀ ହେଉଛନ୍ତି ବାୟୁ ଯାହାଙ୍କୁ ତୁମେ ହେମବତି କହୁଛ । ଏ ହେଉଛନ୍ତି ହିନ୍ଦୁ, ମୁସଲିମ, ଶିଖ, ଇସାଇ ସମସ୍ତଙ୍କ ପୂର୍ବଜ । ମଦାନୀଙ୍କ ବୟାନକୁ ନେଇ ଜୈନ ଗୁରୁ ଲୋକେଶ ମୁନି ଷ୍ଟେଜ ଉପରେ ଠିଆ ହୋଇଯାଇଥିଲେ ଓ ଏହାର ବିରୋଧ କରିଥିଲେ । ଏହି ବୟାନକୁ ନେଇ ଅସନ୍ତୁଷ୍ଟ ହୋଇଥିବ ଅନେକ ଲୋକ ତୁରନ୍ତ ମଞ୍ଚ ଛାଡି ଦେଇଥିଲେ ।

Share