ଫୁଲୁଛୁ ନଦୀ, ପଶୁଛି ପାଣି: ଭାଙ୍ଗିଲା ଜାମକୁଣ୍ଡା ସ୍ଲୁଇସ୍‌ ଗେଟ୍‌

ଭୁବନେଶ୍ୱର,୧୭।୯: ମୟୁରଭଞ୍ଜ, ବାଲେଶ୍ବର ପରେ ଏବେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ନେଇ ପ୍ରବଳ ବର୍ଷିବ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଏହି ୨ ଜିଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି। ଏହି ୨ ଜିଲାରେ ପ୍ରବଳ ବର୍ଷା ଯୋଗୁ କିଛି ସ୍ଥାନରେ ସାମୟିକ ପାଣି ଜମିବା ସହ ଭୂସ୍ଖଳନ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସତର୍କ କରି ଦିଆଯାଇଛି।

ସେହିପରି ରାସ୍ତାରେ ଯାତାୟାତ ସମସ୍ୟା ହୋଇପାରେ ବୋଲି ସତର୍କ କରି ଦିଆଯାଇଛି। ସୁନ୍ଦରଗଡ଼ ଏବଂ କେନ୍ଦୁଝର ବ୍ୟତୀତ ମୟୂରଭଞ୍ଜ, ଦେବଗଡ଼ ସମ୍ବଲପୁର ଏବଂ ବରଗଡ଼, ଝାରସୁଗୁଡ଼ା ଓ ଅନୁଗୋଳ ଜିଲ୍ଲା ପାଇଁ ପ୍ରବଳ ବର୍ଷାକୁ ଦେଖି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପକ୍ଷେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଡିବାରେ ଲାଗିଛି। ଜଳେଶ୍ବର ବ୍ଲକ ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଏହାର ପାଖାପାଖି ପାଣି ପ୍ରବାହିତ ହୋଇଛି। ଏହିପରି ପାଣି ବୃଦ୍ଧି ପାଏ ତା’ହେଲେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପକ୍ଷେ ବାଲିଆପାଳ , ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ଅନେକ ପଞ୍ଚାୟତ ଜଳମଗ୍ନ ହେବା ସହ ଚାଷ ଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି। ଲଗାଣ ବର୍ଷା ଯୋଗୁ ବାଲିଆପାଳ ବ୍ଲକର ଏକାଧିକ ଅଞ୍ଚଳରେ ପାଣି ପଶିଛି। ସେହିପରି ବସ୍ତା ମଥାନୀଠାରେ ବିପଦ ସଙ୍କେତ ଉପରେ ଜଳକା ପ୍ରବାହିତ ହେଉଛି।

ଅନ୍ୟପକ୍ଷେ ଫୁଲୁଛୁ ବିଭିନ୍ନ ନଦୀ, ଗାଁରେ ପଶୁଛି ପାଣି । ଏପରିକି ପ୍ରବଳ ବର୍ଷା ଯୋଗୁ ଭାଙ୍ଗିଲା ଜାମକୁଣ୍ଡା ସ୍ଲୁଇସ ଗେଟ। ଫଳରେ ବାଲିଆପାଳ-ଜାମକୁଣ୍ଡା ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ ହେବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

Share