ଶ୍ରୀନଗର,୨୨।୧୨: ଜାମ୍ମୁ କାଶ୍ମୀରରେ ବୁଧବାର ଆତଙ୍କବାଦୀଙ୍କ ଦ୍ୱାରା ଦୁଇଟି ପୃଥକ ଆକ୍ରମଣରେ ଜଣେ ପୋଲିସ ଅଫିସର ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲାର ବିଜବେହାରା ଡାକ୍ତରଖାନା ବାହାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୁଳି ଚଳାଇଥିଲେ। ଏଥିରେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ପୋଲିସ (ଏଏସ୍ଆଇ) ମହମ୍ମଦ ଅସରଫ ଗୁରୁତର ଆହତ ହୋଇଥିଲେ। ପରେ କାଶ୍ମୀର ଜୋନ ପୋଲିସ କହିଛି ଆହତ ଅସରଫ ସହିଦ ହୋଇଥିବା ସ୍ପଷ୍ଟ କରିଛି।
ଅନ୍ୟ ଏକ ଘଟଣାରେ ଆତଙ୍କବାଦୀମାନେ କାଶ୍ମୀର ଉପତ୍ୟକାର ନାୱାକାଡାଲ ଅଞ୍ଚଳରେ ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ। ଶ୍ରୀନଗର ସହରର ଇଦ୍ଗାହ ଅଞ୍ଚଳରେ ଆତଙ୍କବାଦୀମାନେ ସାଧାରଣ ନାଗରିକ ରୈଫ ଅହମ୍ମଦ ଖାନଙ୍କ ଉପରକୁ ଗୁଳି ଚଳାଇଥିବା ପୋଲିସ କହିଛି। ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି।
Jammu & Kashmir: Terrorists shot at a person in Eidgah area of Srinagar city. Details awaited.
(Visuals deferred by unspecified time) pic.twitter.com/bEyhuB2VrQ
— ANI (@ANI) December 22, 2021