Categories: ଜାତୀୟ

ଜମ୍ମୁ-କଶ୍ମୀରରେ କଳା ଦିବସ ପାଳନ: ୭୩ ବର୍ଷ ତଳେ ପାକିସ୍ତାନ କରିଥିଲା ଆକ୍ରମଣ

ଶ୍ରୀନଗର, ୨୨।୧୦: ଗୁରୁବାର ଜମ୍ମୁ-କଶ୍ମୀରରେ କଳା ଦିବସ ପାଳନ କରାଯାଉଛି। ୭୩ ବର୍ଷ ତଳେ ୧୯୪୭ ଅକ୍ଟୋବର ୨୨ରେ ପାକିସ୍ତାନ ସୈନ୍ୟ କବାୟଲିଙ୍କ ସହିତ ମିଳିତ ହୋଇ ଏଠାରେ ଅବୈଧ ଭାବେ ପ୍ରବେଶ କରି ଲୁଟପାଟ କରିବା ସହିତ ହଣାକଟା ଆରମ୍ଭ କରିଥିଲେ। ପୁରୁଷ, ଯୁବକ ଏବଂ ବାଳକଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯାଇ ମହିଳାଙ୍କୁ ବଳାତ୍କାର କରାଯାଇଥିଲା। ଏଥିପାଇଁ ପାକିସ୍ତାନ ସୈନ୍ୟ ବିଭାଗ ପକ୍ଷରୁ କବାୟଲିଙ୍କୁ ନିଯୁକ୍ତ କରାଯାଇ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଥିଲା। ଏଭଳି ବର୍ବର କାଣ୍ଡକୁ ମନେ ରଖି ପ୍ରତିବର୍ଷ ଏଠାରେ କଳା ଦିବସ ପାଳନ କରାଯାଉଛି।

Share