Categories: ଜାତୀୟ

ଜମ୍ମୁ-କଶ୍ମୀରର କେନ୍ଦ୍ରୀୟ କର୍ମଚାରୀଙ୍କ ଛୁଟି-ସୁବିଧା ୩ ବର୍ଷ ପାଇଁ ବଢ଼ିଲା…

ଶ୍ରୀନଗର, ୧୩।୯ : ଭାରତ ସରକାରଙ୍କ ଜନ ଅଭିଯୋଗ ଏବଂ ପେନ୍ସନ ମନ୍ତ୍ରଣାଳୟର ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ ପକ୍ଷରୁ କଶ୍ମୀର ଉପତ୍ୟକାରେ ସଂଲଗ୍ନ / ଅଧିନସ୍ଥ କାର୍ଯ୍ୟାଳୟ କିମ୍ବା ପବ୍ଲିକ ସେକ୍ଟର ଅଣ୍ଡରଟେକିଂରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବିଶେଷ ସୁବିଧା ଯୋଗାଇ ଦେଇଛନ୍ତି। ଏହି ସୁବିଧା ୧ଅଗଷ୍ଟ ୨୦୨୧ ରୁ ତିନି ବର୍ଷ ପାଇଁ ପ୍ରଯୁଜ୍ୟ ହେବ। ଏହି ପ୍ରୋତ୍ସାହନ ପ୍ୟାକେଜ ଭାରତ ସରକାରଙ୍କ ଅଧୀନରେ ଥିବା ସମସ୍ତ ମନ୍ତ୍ରଣାଳୟ / ବିଭାଗ ଏବଂ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ପାଇଁ ସମାନ ଭାବେ ଲାଗୁ ହେବ। ଏହି ପ୍ୟାକେଜରେ ସ୍ଥିର ହୋଇଥିବା ହାରଗୁଡିକର କାର୍ଯ୍ୟକାରିତା ନେଇ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

ମନ୍ତ୍ରଣାଳୟ ଏବଂ ବିଭାଗଗୁଡିକ ଏହି ଅନୁମୋଦିତ ପ୍ୟାକେଜ ଅନୁଯାୟୀ ପ୍ୟାକେଜର କାର୍ଯ୍ୟକାରିତା ଏବଂ ମନିଟରିଂ ନିଶ୍ଚିତ କରାଯିବ। କଶ୍ମୀରର ଦଶଟି ଜିଲା, ଯେଉଁଥିରେ ଅନନ୍ତନାଗ, ବାରମୁଳା, ବଡଗାମ, କୁପୱାରା, ପୁଲୱାମା, ଶ୍ରୀନଗର, କୁଲଗାମ, ଶୋପିଆନ, ଗନ୍ଦରଓ୍ବାଲ ଏବଂ ବାନ୍ଦିପୋରା ଅନ୍ତର୍ଭୁକ୍ତ, ଏଠାରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଉପରୋକ୍ତ ସୁବିଧା ମିଳିବ।

Share