Categories: ଜାତୀୟ

ଜଣେ ସାମ୍ବାଦିକାଙ୍କୁ ଡେଟ୍‌ କରୁଛନ୍ତି ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା! ଶପଥ ସମାରୋହର ଭାଇରାଲ ଫଟୋକୁ ନେଇ ବଢିଲା ଚର୍ଚ୍ଚା

ଶ୍ରୀନଗର,୧୭।୧୦: ଜମ୍ମୁ କଶ୍ମୀରରେ ସରକାର ଗଠନ ହୋଇଛି। ଏନସି ର ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ଶପଥ ସମାରୋହରେ ଇଣ୍ଡିଆ ମେଣ୍ଟର ବହୁ ସଦସ୍ୟ ଯୋଗ ଦେଇଥିଲେ। ଭାଇରାଲ ଫଟୋରେ ଓମାରଙ୍କ ଶପଥ ସମାରୋହରେ ପ୍ରତମ ଧାଡିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏସପି ନେତା ଅଖିଳେଶ ଯାଦବ ଓ ଅନ୍ୟାନ୍ୟ ନେତାଙ୍କୁ ଦେଖିବାକୁ ମିଳିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି କାର୍ଯ୍ୟକ୍ରମରେ ଏମିତି ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି ଯାହା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି। ମହିଳାଜଣକ ହେଉଛନ୍ତି ଜାତୀୟ ଗଣମାଧ୍ୟମ ଏନଡିଟିଭିର ପୂର୍ବତନ ବରିଷ୍ଠ ସାମ୍ବାଦିକା ନିଦ୍ଧି ରାଜଦାନ। ଶପଥ ସମାରୋହରେ ସମସ୍ତଙ୍କୁ ଦେଖିବାକୁ ମିଳିଥିଲେ ବି ତାଙ୍କୁ କିଛି ଭିନ୍ନ ଢଙ୍ଗରେ ଦେଖଇବାକୁ ମିଳିଥିଲା। ଅର୍ଥାତ୍‌ ସେ ଅବଦୁଲ୍ଲା ପରିବାରଙ୍କ ସହ ଏକାଠି ଗୋଟିଏ କାର୍‌ରେ ଆସି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଆଉ ତାଙ୍କୁ ପ୍ରଥମ ଧାଡିରେ ମଧ୍ୟ ବସିବାକୁ ଦିଆଯାଇଥିଲା।

କହିରଖୁଛୁ କି, ପୂର୍ବା ଓମାରଙ୍କ ସହ ନିଧୀଙ୍କ ନାଁ ଯୋଡା ଯାଇଛି। କୁହାଯାଏ କି ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି। ଅନେକ ସ୍ଥାନରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି। ଏପରିକି ସୋସିଆଲ ମିଡିଆରେ ନିଜ ନିଜ ପୋଷ୍ଟରେ ଦୁହେଁ ପରସ୍ପରକୁ ବ୍ୟକ୍ତିଗତ ଭାବେ କମେଣ୍ଟ ମଧ୍ୟ ଦିଅନ୍ତି। ୨୦୨୦ରୁ ଏହି ଚର୍ଚ୍ଚା ଲାଗି ରହିଥିବାବେଳେ ସୋସିଆଲ ମିଡିଆର ଏକ ପୋଷ୍ଟ ବେଶ୍‌ ଚର୍ଚ୍ଚାର ଖୋରାକ୍‌ ଯୋଗାଇଥିଲା। ତାହା ହେଉଛି ଓମାର ୯ମାସର ଡିଟେନଶନରୁ ଫେରିବା ପରେ ନିଜ ବାପା-ମାଆଙ୍କ ସହ ଏକ ଫଟୋ ଉଠାଇଥିଲେ। ଏହି ଫଟୋର କମଣ୍ଟେରେ ନିଧି କହିଥିଲେ, ଓ୍ବେଲକମ୍‌ ବ୍ୟାକ୍‌, ପ୍ରଥମେ ନିଜ ଦାଢି ସେଭ୍‌ କର।

ଏହାପରେ ଗତକାଲିର ଶପଥ ସମାରୋହରେ ନିଧିଙ୍କ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ସେ ଆଗରେ ବସିଥିବାର ଦେଖାଯାଇଛି। ଜଣେ ୟୁଜର୍ସ ଏହାକୁ ପୋଷ୍ଟ କରି କହିଛନ୍ତି, କ’ଣ ନିଧୀ ରାଜଦାନ ଅଫିସିଆଲି ଭାବେ ମିସେସ ଅବଦୁଲ୍ଲା ହୋଇଯାଇଛନ୍ତି? ତେବେ ଏତେ ସବୁ ଗୁଜବ ଭିତରେ ସମାର କି ନିଧି ସୋସିଆଲରେ ନିଜର ସମ୍ପର୍କକୁ ନେଇ କିଛି କହି ନାହାନ୍ତି କି ଖଣ୍ଡନ ମଧ୍ୟ କରି ନାହାନ୍ତି।

ସୁଚନାଥାଉ କି, ଓମାର ବିବାହିତ ଅଟନ୍ତି। ସେ ଜଣେ ସେନା ମେଜରଙ୍କ ଝିଅଙ୍କୁ ଭଲପାଇ ବିବାହ କରିଥିଲେ। ହେଲେ ପରେ ଛାଡପତ୍ର ହୋଇଥିଲା। ତେବେ ଏହି ମାମଲାକୁ ତାଙ୍କ ପୂର୍ବତନ ସ୍ତ୍ରୀ ପାୟଲ ଅବଦୁଲ୍ଲା ସୁପ୍ରିମକୋର୍ଟ ଯାଏ ନେଇଥିଲେ। ଏବେ ଏହି ମାମଲା ବିଚାରଧୀନ ଅଛି। ୧୫ ବର୍ଷ ଧରି ଅଲଗା ହୋଇ ରହୁଛନ୍ତି। ଯଦିଓ ଓମାର ଆଉ ଏକାଠି ରହିବାକୁ ଆଗ୍ରହୀ ନୁହଁନ୍ତି। ନିଧୀଙ୍କ ବିଷୟରେ କହିଲେ ସେ ମଧ୍ୟ ପୂର୍ବରୁ ସାମ୍ବାଦିକ ନୀଲେଶ ମିଶ୍ରଙ୍କୁ ବିବାହ କରିଥିଲେ। ହେଲେ ସେ ବିବାହର ଦୁଇ ବର୍ଷ ପରେ ୨୦୦୭ରେ ତାଙ୍କୁ ଛାଡପତ୍ର ଦେଇଥିଲେ।

Share