Posted inଜାତୀୟ

ଜମ୍ମୁ-କଶ୍ମୀର ଗଜନଭି ଫୋର୍ସ ବେଆଇନ ଘୋଷିତ

ନୂଆଦିଲ୍ଲୀ,୧୮ା୨: ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ଜମ୍ମୁ-କଶ୍ମୀର ଗଜନଭି ଫୋର୍ସ (ଜେକେଜିଏଫ୍‌)କୁ ଶୁକ୍ରବାର ବେଆଇନ ଘୋଷଣା କରାଯାଇଛି। ଲଶ୍ମର-ଇ-ତୋଇବା, ଜୈଶ-ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର କ୍ୟାଡରମାନଙ୍କୁ ନେଇ ଜେକେଜିଏଫ୍‌ ଗଠିତ ହୋଇଥିଲା। ଏହା ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ, ବେଆଇନ ନିଶାଦ୍ରବ୍ୟ କାରବାର, ଅସ୍ତ୍ର ଚୋରାଚାଲାଣ ସହ ଆତଙ୍କବାଦୀ କାର୍ଯ୍ୟରେ ସମ୍ପୃକ୍ତ। ସୁରକ୍ଷା ବଳ ପ୍ରତି ଏହା ବିପଦର କାରଣ ହୋଇଛି। ଅନ୍ୟ ଏକ ବିଜ୍ଞପ୍ତିରେ ପଞ୍ଜାବ ବାସିନ୍ଦା ହରଓ୍ବିନ୍ଦର ସିଂ ସାନ୍ଧୁ ଓରଫ ରିଣ୍ଡାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆତଙ୍କବାଦୀ ଘୋଷଣା କରିଛି। ରିଣ୍ଡା ଏବେ ଲାହୋରରେ ରହି ବେଆଇନ ସଂଗଠନ ବାବ୍ବର ଖାଲସା ଇଣ୍ଟରନ୍ୟାଶନାଲ (ବିକେଆଇ) ସହ ସମ୍ପୃକ୍ତ ରହିଛି। ୨୦୨୧ରେ ପଞ୍ଜାବ ପୋଲିସର ଗୋଇନ୍ଦା ମୁଖ୍ୟାଳୟ ଉପରେ ଆକ୍ରମଣ ପଛରେ ରିଣ୍ଡା ମାଷ୍ଟରମାଇଣ୍ଡ ଥିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭେଣ୍ଟିଲେଟର୍‌ରେ ପ୍ରସିଦ୍ଧ ଗାୟିକା, ପୁଅ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୧୧: ବିହାରର ପ୍ରସିଦ୍ଧ ଲୋକ ଗାୟିକା ଶାରଦା ସିହ୍ନା ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର ସାଧାରଣ ଲୋକଙ୍କ ହୃଦୟରେ ରାଜ୍‌ କରିଥିବା...

କୋଲକାତା ମାମଲାର ପୁନରାବୃତ୍ତି: ନିର୍ସିଂ ଛାତ୍ରୀଙ୍କୁ ହସ୍ପିଟାଲରେ ବାନ୍ଧି ବଳାତ୍କାର

କାନପୁର,୫।୧୧: କୋଲକାତାରେ ଘଟିଥିବା ବଳାତ୍କାର ମାମଲା ଭଳି ଆଉ ଏକ ଲଜ୍ଜାଜନକ ମାମଲା ମଧ୍ୟ କାନପୁରରେ ସାମ୍ନାକୁ ଆସିଛି। କଲ୍ୟାଣପୁରରେ ଅବସ୍ଥିତ ଏକ ଘରୋଇ ହସ୍ପିଟାଲର...

ଦୀପାବଳିରେ ବାଣ ନିଷେଧାଦେଶ କାର୍ଯ୍ୟକାରୀ ହୋଇନି

ନୂଆଦିଲ୍ଲୀ,୫ା୧୧(ପି.ଟି.): ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏହା ସତ୍ତ୍ୱେ ଦୀପାବଳି ପରେ ରାଜଧାନୀ ବିଶ୍ୱର ସବୁଠୁ...

କାନାଡା ହିନ୍ଦୁ ମନ୍ଦିରରେ ଖଲିସ୍ତାନୀଙ୍କ ଆକ୍ରମଣ

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୫ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍‌ଟନ୍‌ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ରବିବାର ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି...

କାର୍‌ ଭିତରେ ଖେଳୁଥିଲେ ୪ ଶିଶୁ, ଡୋର୍‌ ବନ୍ଦ କରିଦେଲେ ମାଲିକ: ଆଉ ତା’ପରେ…

ଗାନ୍ଧୀନଗର, ୪।୧୧:ଗୁଜରାଟର ଅମରେଲୀ ଜିଲା ରାନ୍ଧିୟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ କାର୍‌ ମଧ୍ୟରେ ୪ ଜଣ ଶିଶୁଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁଘଟିଛି।...

ଓଡ଼ିଶା ରାଜ୍ୟପାଳଙ୍କ ବିରୋଧରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ: କାହିଁକି ଏମିତି କହିଲେ ଜୟରାମ ରମେଶ

ରାଞ୍ଚି,୪।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବାରମ୍ବାର ସାମ୍ପ୍ରଦାୟିକ ବୟାନବାଜି କରୁଥିବା ଦର୍ଶାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଲ୍‌...

କାନାଡ଼ା ସରକାରଙ୍କୁ ମୁହଁତୋଡ଼ ଜବାବ ଦେଳେ ମୋଦି: ହିନ୍ଦୁ ମନ୍ଦିର ଆକ୍ରମଣକୁ କଡ଼ା ନିନ୍ଦା

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୪ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍‌ଟନ୍‌ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି...

୩୭୦ ଉଚ୍ଛେଦ ବିରୋଧରେ ପ୍ରସ୍ତାବକୁ ନେଇ କଶ୍ମୀର ବିଧାନସଭାରେ ଉତ୍ତେଜନା

ଶ୍ରୀନଗର,୪ା୧୧ : ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନରେ ଅନୁଚ୍ଛେଦ ୩୭୦ ବିରୋଧରେ ପ୍ରସ୍ତାବକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପିଡିପି ବିଧାୟକ ଓ୍ବାହିଦ ପାରା ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri