Categories: ଜାତୀୟ

ହିଜବୁଲ ମୁଜାହିଦ୍ଦିନର ନୂଆ କମାଣ୍ଡର ନିଯୁକ୍ତ

ଶ୍ରୀନଗର,୪।୧୦: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଅପରେଶନ ଚାଲିଛି। ନିକଟରେ ଭାରତୀୟ ସୁରକ୍ଷା ବାହିନୀର ଗୁଳିରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ଡା. ସୈଫୁଲା ଟଳି ପଡିଥିଲେ। ଏହା ପରେ ହିଜବୁଲ ଅବୁ ଆବିଦା ଓରଫ ଜୁବୈରଙ୍କୁ ନୂତନ କମାଣ୍ଡର ଭାବରେ ନିଯୁକ୍ତ କରିଛି। ଏବେ ଅବୁ ଅବିଦା ସୁରକ୍ଷା ବାହିନୀର ହିଟ ତାଲିକାରେ ରହିିଛି। କୁହାଯାଉଛି ଯେ, ହିଜବୁଲ ମୁଜାହିଦ୍ଦିନ ଜମ୍ମୁ କଶ୍ମୀରରେ ଏହାର ନୂଆ ମୁଖ୍ୟ ଅପରେସନ କମାଣ୍ଡର ଭାବରେ ଅବୁ ଅବିଦାଙ୍କୁ ନିଯୁକ୍ତ କରିଛି। ଅବୁ ଅବିଦା ଅନନ୍ତନାଗର ଧାରୁଣାର ବାସିନ୍ଦା। ଏହା ବ୍ୟତୀତ ହିଜବୁଲ ଅନନ୍ତନାଗରେ ରହୁଥିବା ମୁସାବ-ଉଲ-ଇସଲାମ ଓରଫ ମହମ୍ମଦ ଆଶରଫ ମୌଲଭୀଙ୍କୁ ଡେପୁଟି ଚିଫ କମାଣ୍ଡର ଭାବରେ ନିଯୁକ୍ତ କରିଛି। ସୂଚନାଯୋଗ୍ୟ, ନିକଟରେ ଶ୍ରୀନଗର ଜିଲାର ରଙ୍ଗେତ୍‌ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ସୈଫୁଲା ନିହତ ହୋଇଥିଲେ। ତାଙ୍କର ଜଣେ ସାଥୀ ଜୀବନ୍ତ ଧରାପଡିଥିଲେ। ସୈଫୁଲାଙ୍କୁ ଚଳିତ ବର୍ଷ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ କରାଯାଇଥିଲା।

Share