Categories: ଜାତୀୟ

ଟଳିପଡିଲେ ଆତଙ୍କବାଦୀ

ଶ୍ରୀନଗର,୨।୭: ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରୁ ଏନକାଉଣ୍ଟର ଚାଲିଛି। ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ତିନିରୁ ଚାରି ଜଣ ଆତଙ୍କବାଦୀ ଘେରି ରହିଛନ୍ତି। ଏଥିସହ ଜଣେ ଯବାନ ଆହତ ହୋଇଥିବା ଖବର ମଧ୍ୟ ରହିଛି। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଚାଲିଛି। ସୂଚନାଯୋଗ୍ୟ, ପୁଲୱାମାର ହାଜିନ ରାଜପୋରା ଅଞ୍ଚଳରେ ଏହି ଏନକାଉଣ୍ଟର ଚାଲିଛି। କଶ୍ମୀର ଜୋନର ପୋଲିସ ଅଧିକାରୀ କହିଛନ୍ତି ଯେ, ଏଠାରେ ତିନିରୁ ଚାରି ଆତଙ୍କବାଦୀ ଘେରି ରହିଛନ୍ତି। ଏନକାଉଣ୍ଟର ଜାରି ରହିଛି। ହାଜିନ ରାଜପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚିବା ସମ୍ପର୍କରେ ଗୁପ୍ତଚର ସଂସ୍ଥା ସୂଚନା ପାଇଥିଲା। ଏହା ପରେ ବିଳମ୍ବିତ ରାତିରେ ସୁରକ୍ଷା ବାହିନୀ ସବୁ ଦିଗରୁ ଘେରି ରହି ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ଆତ୍ମସମର୍ପଣ କରିବା ପରିବର୍ତ୍ତେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ମଧ୍ୟ ଗୁଳି ବିନିମୟରେ ଉପଯୁକ୍ତ ଜବାବ ଦେଇଛନ୍ତି। ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share