Categories: ଜାତୀୟ

ଜମ୍ମୁ-କଶ୍ମୀର-ଲଦାଖକୁ ଅଲଗା ଦେଶ ଦର୍ଶାଇଲା ଟୁଇଟର୍‌…

ନୂଆଦିଲ୍ଲୀ,୨୮।୬: ଭାରତ ଏବଂ ଟୁଇଟର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି। ଏବେ ଟୁଇଟର୍‌ରେ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଅଲଗା ଦେଶ ଭାବେ ଦର୍ଶାଯାଇଛି। ଟୁଇଟର୍‌ ଓ୍ବେବସାଇଟ୍‌ରେ କରାଯାଇଥିବା ଏଭଳି କାର୍ଯ୍ୟକୁ ନେଇ କେନ୍ଦ୍ର ସରକାରଙ୍କ ସହିତ ସମ୍ପର୍କ ପୁଣି ତିକ୍ତ ହେବାର ଆଶଙ୍କା ଦେଖା ଦେଇଛି। ଟୁଇଟର୍‌ର କ୍ୟାରିଅର ଅପସନ୍‌ ପେଜ୍‌ରେ ଦର୍ଶାଯାଇଥିବା ପୃଥିବୀ ମାନଚିତ୍ରରେ ଏଭଳି ସମସ୍ୟା ଦେଖାଦେଇଛି। ଏଥିରେ ଥିବା ଭାରତ ମାନଚିତ୍ରରେ ଜମ୍ମୁ-କଶ୍ମୀର ଏବଂ ଲଦାଖ ନାହିଁ। ଏହି ମାନଚିତ୍ରରେ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଅଲଗା ଦେଶ ଭାବେ ଦର୍ଶାଯାଇଛି। ଭାରତର ଅଖଣ୍ଡତା ପ୍ରତି ଅସମ୍ମାନ କରିଥିବା ଟୁଇଟର୍‌ ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯିବାର ସମ୍ଭାବନା ରହିଛି। ସରକାରଙ୍କ ପକ୍ଷରୁ ଏନେଇ କୌଣସି ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯିବା ନେଇ ଚର୍ଚ୍ଚା ହେଉଛି।

Share