Categories: ଜାତୀୟ

ଲେଫ୍ଟନାଣ୍ଟ ଗଭର୍ନରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଶ୍ରୀନଗର,୨୫।୨: ଜମ୍ମୁ-କଶ୍ମୀର ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନାଙ୍କ କାର ଶୁକ୍ରବାର ସକାଳେ ବାରାଣସୀରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି। ଲେଫ୍ଟନାଣ୍ଟ ଗଭର୍ନର ବାରାଣାସୀରୁ ନିଜ ସହର ଗାଜିପୁରକୁ ଯାଉଥିଲେ। ତାଙ୍କ କାର ରାଜଘାଟ ବ୍ରିଜ ନିକଟରେ ଥିବା ଏକ ଲୁହା ସ୍ତମ୍ଭ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କାରର ବାମ ପାର୍ଶ୍ୱ ନଷ୍ଟ ହୋଇଯାଇଥିଲା। କାରର ଗୋଟିଏ ଚକ ମଧ୍ୟ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଅନ୍ୟ ଏକ କାରରେ ବସି ଲେଫ୍ଟନାଣ୍ଟ ଗଭର୍ନରଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା। ଏହି ସମୟ ମଧ୍ୟରେ କିଛି ସମୟ ପାଇଁ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି ବୋଲି ରାମନଗର ପୋଲିସ ଷ୍ଟେଶନ ଇନ୍ସପେକ୍ଟର ଅଶ୍ୱିନୀ ପାଣ୍ଡେ କହିଛନ୍ତି।

Share