Categories: ଜାତୀୟ

ଏଲ୍‌ଓସି ଡେଁଇଲା ବେଳେ ଧରାପଡ଼ିଲେ

ଶ୍ରୀନଗର,୧୮।୧୧: ଅସ୍ତ୍ର ତାଲିମ ପାଇଁ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ଅତିକ୍ରମ କରି ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଯିବାକୁ ଉଦ୍ୟମ କରୁଥିବା ଜମ୍ମୁ-କଶ୍ମୀରର ୩ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗୁରୁବାର ସୁରକ୍ଷା ବଳ ଧରିଛନ୍ତି। ସେମାନେ ପାକିସ୍ତାନୀ ଆତଙ୍କବାଦୀ କମାଣ୍ଡର ତୟାବ ଫାରୁକିଙ୍କ ସହ ଯୋଗାଯୋଗରେ ଥିଲେ।

କୁପଓ୍ବାଡ଼ା ଦେଇ ଏଲ୍‌ଓସି ଅତିକ୍ରମ କରି ତାଙ୍କୁ ଭେଟିବାକୁ ଯାଉଥିଲେ। ପିଓକେରେ ବେଆଇନ ଅସ୍ତ୍ର ତାଲିମ ନେଇ ସେମାନେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟରେ ସାମିଲ ହୋଇଥାନ୍ତେ। ଧରିପଡ଼ିଥିବା ୩ ଛାତ୍ରଙ୍କ ଘର ପୁଲଓ୍ବାମା ଜିଲାରେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଫାରୁକି ସେମାନଙ୍କୁ କଠୋରପନ୍ଥୀ କରାଇଥିଲେ ବୋଲି ଜେରାବେଳେ ସେମାନେ ପୋଲିସକୁ କହିଛନ୍ତି। କମ୍‌ ବୟସକୁ ବିଚାରକୁ ନେଇ ଜମ୍ମୁ-କଶ୍ମୀର ପୋଲିସ ପିଲାମାନଙ୍କୁ ଭଲ ନାଗରିକ ହେବା ଲାଗି ପରାମର୍ଶ ଦେଇ ସେମାନଙ୍କ ମା’ ବାପାଙ୍କୁ ହସ୍ତାନ୍ତର କରିଛନ୍ତି।

Share