Categories: ଜାତୀୟ

ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ: ପ୍ରାର୍ଥନା କରୁଥିବା ବେଳେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା

ବାରାମୂଳା,୨୪।୧୨: ଜମ୍ମୁ-କଶ୍ମୀରରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି। ବାଳାମୂଳାରେ ଜଣେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଏସ୍‌ଏସ୍‌ପି ମହମ୍ମଦ ଶଫି ମୀର। ସେ ମସଜିଦରେ ନମାଜ ପଢ଼ୁଥିବା ବେଳେ ଆତଙ୍କବାଦୀ ଗୁଳମାଡ଼ କରିଥିଲେ। ତେବେ ଗୁଳିକାଣ୍ଡ ପରେ ସେମାନେ ଫେରାର ହୋଇଯାଇଥିବା ନେଇ ରବିବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଜମ୍ମୁ କଶ୍ମୀର ପୋଲିସ ସୂଚନା ଦେଇ କହିଛି, ବାରାମୂଳାରେ ଥିବା ମସଜିଦ୍‌ରେ ନମାଜ ପଢ଼ୁଥିବା ବେଳେ ମହମ୍ମଦ ଶଫିଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଅଞ୍ଚଳକୁ ପୋଲିସ ଘେରାବନ୍ଦି କରି ସର୍ଚ୍ଚ ଅପରେଶନ ଜାରି ରଖିଛି।

Share