Categories: ଜାତୀୟ

୪ ଆତଙ୍କବାଦୀ ନିପାତ

ଶ୍ରୀନଗର,୧୯।୧୧: ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁରୁବାର ହୋଇଥିବା ଗୁଳି ବିନିମିୟରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରିଥିଲେ ସୁରକ୍ଷାକର୍ମୀ ଛାନ୍ନଭିନ୍‌ ଆରମ୍ଭ କରିଥିଲେ। ଏହି ସମୟରେ ରାଜପଥ ବନ୍ଦ କରିଦିଆଯାଇଥିଲା। ସୂଚନାଯୋଗ୍ୟ, ସୁରକ୍ଷାକର୍ମୀ ଗୁରୁବାର ସକାଳୁ ଗାଡ଼ି ଚେକିଂ କରୁଥିଲେ। ଏହି ସମୟରେ ପାଖରେ ଥିବା ଏକ ଜଙ୍ଗଲରୁ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଥିଲେ। ଗତ ବୁଧବାର ସଂଧ୍ୟାରେ ଆତଙ୍କବାଦୀ ପୁଲୱାମାରେ ଥିବା ସିଆରପିଏଫ କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲେ।

Share