Categories: ଜାତୀୟ

ଫେଲ ମାରିଲା ପାକିସ୍ତାନର ଅନୁପ୍ରବେଶ ଉଦ୍ୟମ: ୩ ଅନୁପ୍ରବେଶକାରୀ ନିହତ

ଜମ୍ମୁ,୬ ।୨: ଜମ୍ମୁ-କଶ୍ମୀରର ସାମ୍ବା ସେକ୍ଟରରେ ଅନ୍ତରାଷ୍ଟ୍ରୀୟ ସୀମାରେ ପ୍ରବେଶ ଉଦ୍ୟମ କରୁଥିବା ୩ ଅନୁପ୍ରବେଶକାରୀ ବିଏସଏଫ୍ ଯବାନଙ୍କ ଗୁଳିର ଶିକାର ହୋଇଛନ୍ତି । ମୃତକଙ୍କ ନିକଟରୁ ଯବାନମାନେ ବହୁ ପରିମାଣର ନିଶା ଦ୍ରବ୍ୟ(ଡ୍ରଗ୍ସ) ଜବତ କରିଥିବା ସୂଚନା ମିଳିଛି । ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) କହିଛି ସାମ୍ବା ସେକ୍ଟରରେ ଅନ୍ତରାଷ୍ଟ୍ରୀୟ ସୀମାରେ ରାତିରେ ୩ ଅନୁପ୍ରବେଶକାରୀ ଯବାନଙ୍କ ନଜରରୁ ବଞ୍ଚି ଚାଲିଯିବାକୁ ଚେଷ୍ଟା କରୁଥିଲେ । ପ୍ରଥମେ ଯବାନମାନେ ତାଙ୍କ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ସେମାନେ ଅଟକି ନ ଥିଲେ । ଏହାପରେ ଯବାନ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ୩ ଜଣ ଅନୁପ୍ରବେଶକାରୀ ନିହତ ହୋଇଥିଲେ । ସେମାନଙ୍କ ନିକଟରୁ ୩୬ କିଲୋଗ୍ରାମ ଡ୍ରଗ୍ସ ମିଳିଛି । ଏମାନେ ପାକିସ୍ତାନର ବୋଲି ଅନୁମାନ କରାଯାଉଥିବା ବେଳେ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

Share