Categories: ଜାତୀୟ

ଥରିଲା ଜମ୍ମୁ-କଶ୍ମୀର: ଭୟରେ ଦୌଡିଲେ ଲୋକେ

ଶ୍ରୀନଗର,୧୬।୧୧: ଜମ୍ମୁ କଶ୍ମୀରରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ଜମ୍ମୁ-କଶ୍ମୀରର ଦୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଭୂକମ୍ପ ଯୋଗୁ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଭୂକମ୍ପ ଅନୁଭବ କରିବା ପରେ ଭୟରେ ଲୋକମାନେ ନିଜ ଘରୁ ବାହାରି ରାସ୍ତାରେ ବାହାରିଥିଲେ।
ନିକଟରେ ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ରାଜସ୍ଥାନରେ ମଧ୍ୟ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା।

Share