Categories: ଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ପୂରଣ ହେଲା ୨ ବର୍ଷ

ନୂଆଦିଲ୍ଲୀ,୫ ।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ୨ ବର୍ଷ ପୂରଣ ହେଲା । ସରକାର ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ(ଜମ୍ମୁ-କଶ୍ମୀର ଓ ଲଦ୍ଦାଖ) ଭାଗ କରିଦେଲେ । ଜମ୍ମୁ-କଶ୍ମୀର ପରିବର୍ତ୍ତନର ଅନେକ ପୃଷ୍ଠା ଦେଖିଛି । ଏଠାରେ ବିକାଶ ଓ ରୋଜଗାର ବୃଦ୍ଧି କରିବା ସରକାରଙ୍କ ମୁଖ୍ୟ ଏଜେଣ୍ଡା ରହିଛି । ପରିସୀମା ନିର୍ଦ୍ଧାରଣ କମିଶନଙ୍କ ରିପୋର୍ଟ ପରେ ଏଠାରେ ନିର୍ବାଚନ କରାଯିବ । ଏହା ସେଠାକାର ଲୋକେ ଅପେକ୍ଷା କରିଥିବା ବେଳେ ଜମ୍ମୁ-କଶ୍ମୀର ପୂର୍ବ ରାଜ୍ୟର ମାନ୍ୟତା ପାଉ ବୋଲି କୁହାଯାଉଛି । ୩୭୦ ଉଚ୍ଛେଦ ପରେ ଏବେ ସେଠାରେ ସମସ୍ତ ସରକାରୀ ଅଫିସରେ ତ୍ରିରଙ୍ଗା ଉଡୁଛି ।

Share