Categories: ଜାତୀୟ

ଜମ୍ମୁ-କଶ୍ମୀର ରୋଜଗାର, ଭଲପାଇବା ଚାହିଁଥିଲା, ଭାଜପା ଦେଲା ବୁଲଡୋଜର: ରାହୁଲ…

ନୂଆଦିଲ୍ଲୀ,୧୨।୨ : ଜମ୍ମୁ- କଶ୍ମୀରରେ ଚାଲିଥିବା ଅତିକ୍ରମଣ ବିରୋଧ ଅଭିଯାନକୁ ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ରବିବାର କହିଛନ୍ତି ଯେ ଏହି କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କଠାରୁ ରୋଜଗାର, ଉନ୍ନତ ବ୍ୟବସାୟ ଏବଂ ଭଲ ପାଇବା ଚାହିଁଥିଲା। ମାତ୍ର ଏହା ବଦଳରେ ଭାଜପା ସରକାର ବୁଲଡୋଜର ଦେଇଛି।

କଂଗ୍ରେସ, ସମ୍ମିଳନୀ ଏବଂ ପିଡିପି (ପିପୁଲ୍ସ ଡେମୋକ୍ରାଟିକ ପାର୍ଟି) ପରି ଅନେକ ବଡ ଦଳ ଏହି ଅଭିଯାନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଏବଂ ଏହାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି। ଜାନୁୟାରୀ ୭ ରେ ରାଜସ୍ବ ବିଭାଗର କମିଶନର ସଚିବ ବିଜୟ କୁମାର ବିଧୁରୀ ସମସ୍ତ ଡେପୁଟି କମିଶନରଙ୍କୁ ସରକାରୀ ଜମିରୁ ଶତପ୍ରତିଶତ ଅତିକ୍ରମଣ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜମ୍ମୁ-କଶ୍ମୀରରେ ୧୦ ଲକ୍ଷରୁ ଅଧିକ କେନାଲ ଜମିକୁ ଅତିକ୍ରମଣ ମୁକ୍ତ କରାଯାଇଛି।

ରାହୁଲ ଟୁଇଟ କରି କହିଛନ୍ତି, ଜମ୍ମୁ-କଶ୍ମୀରର ଲୋକ ସରକାରଙ୍କ ଉପରେ ରଖିଥିବା ଆଶା ପୂରଣ ହୋଇ ନାରି ନାହିଁ। ଯେଉଁ ଜମିରେ ଲୋକମାନେ ବହୁ ଦଶନ୍ଧି ଧରି କଠିନ ପରିଶ୍ରମ କରି ଜଳସେଚନ କରିଥିଲେ, ସେମାନଙ୍କଠାରୁ ଏହା ଛଡ଼ାଇ ନିଆଯାଉଛି। ଲୋକଙ୍କୁ ବିଭାଜନ କରି ଶାନ୍ତି ପ୍ରତିଷ୍ଠା କରାଯାଇ ପାରିବ ନାହିଁ। ଏକତା ଏବଂ ଶାନ୍ତି ଦ୍ୱାରା କଶ୍ମୀରକୁ ସୁରକ୍ଷା ଦିଆଯିବାର ଆବଶ୍ୟକତା ରହିଛି। ମାତ୍ର ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ଲୋକେ ଭୟଭୀତ ହେବାରେ ଲାଗିଛନ୍ତି।

Share