Categories: ଜାତୀୟ

‘ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯିବ’

ନୂଆଦିଲ୍ଲୀ, ୧୩।୨: ଲୋକ ସଭାରେ ଶନିବାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍‌ ପାରିତ ହୋଇଛି। ଏହା ପୂର୍ବରୁ ଜମ୍ମୁ-କଶ୍ମୀର ସଂକ୍ରାନ୍ତରେ ଗୃହରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଏହି ଅବସରରେ ବିରୋଧୀ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁକଶ୍ମୀରେ କ’ଣ ପରିବର୍ତ୍ତନ ହୋଇଛି ସେ ନେଇ ପ୍ରଶ୍ନ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ଜମ୍ମୁ-କଶ୍ମୀରକୁ କେବେ ରାଜ୍ୟ ମାନ୍ୟତା ଦିଆଯିବ ବୋଲି ବିରୋଧୀ ପଚାରିଥିବା ପ୍ରଶ୍ନରେ, ସମୟ ଆସିଲେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯିବ ବୋଲି କହିଥିଲେ।

Share