ଶ୍ରୀନଗର,୩୦।୮: ଜମ୍ମୁ-କଶ୍ମୀର କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି। ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଜମ୍ମୁ-କଶ୍ମୀରରେ କଂଗ୍ରେସର ଏକାଧିକ ନେତା ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ରାଜ୍ୟର ୬୪ଜଣ ନେତା ଆଜାଦଙ୍କ ଉପସ୍ଥିତିରେ ସମୂହ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚନ୍ଦ, ପୂର୍ବତନ ମନ୍ତ୍ରୀ ମାଜିଦ ଓ୍ବାନି, ମନୋହର ଲାଲ ଶର୍ମାଙ୍କ ଭଳି ବଡ଼ ବଡ଼ ନେତା ସାମିଲ ଅଛନ୍ତି। ଏହି ସମସ୍ତ ନେତା ରବିବାର ଆଜାଦଙ୍କ ନେତୃତ୍ୱାଧିନ ନୂତନ ଦଳରେ ସାମିଲ ହେବେ ବୋଲି ସୂଚନା ମିଳିଛି। କଂଗ୍ରେସରେ ଅସନ୍ତୁଷ୍ଟ ହୋଇ ନେତାମାନେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି।