Categories: ଜାତୀୟ

ଯୁବତୀଙ୍କୁ ରକ୍ତ ଦେଲେ ଯବାନ

ଶ୍ରୀନଗର,୨୪।୧୧: ଭାରତୀୟ ସେନାର ଯବାନମାନେ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦିଅନ୍ତି। ନିଜ ଜୀବନ ପ୍ରତି ଧ୍ୟାନ ନ ଦେଇ ଲୋକଙ୍କୁ ରକ୍ଷା କରନ୍ତି। ଶ୍ରୀନଗରରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ସିଆରପିଏଫ୍‌ ଯବାନ ଯୁବତୀଙ୍କ ପାଇଁ ରକ୍ତ ଦାନ କରିଥିଲେ। ବଡଗାମ ବାସିନ୍ଦା ୧୯ ବର୍ଷୀୟା ସୟଦାଙ୍କୁ କିଡନୀ ପ୍ରତିରୋପଣ ପାଇଁ ରକ୍ତ ଆବଶ୍ୟକ ଥିଲା। ତାଙ୍କୁ ସାହାଯ୍ୟ କରିବାକୁ ସିଆରପିଏଫ୍‌ ଯବାନ ଆଗେଇ ଆସିଥିଲେ। ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଜାଭେଦ ଅଲି ଏବଂ ସିଆରପିଏଫ୍‌ ୭୩ତମ ବାଟାଲିୟନର କନଷ୍ଟେବଳ ରଞ୍ଜନ କୁମାର ଶେର-ଇ-କାଶ୍ମୀର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଶ୍ରୀନଗରରେ ଭର୍ତ୍ତି ହୋଇଥିବା ସୟଦାଙ୍କ ପାଇଁ ରକ୍ତ ଦାନ କରିଥିଲେ। ଉଭୟଙ୍କ ଏଭଳି କାର୍ଯ୍ୟକୁ ଚାରିଆଡୁ ପ୍ରଶଂସା କରାଯାଇଛି।

Share