Categories: ଜାତୀୟ

ଜମ୍ମୁ -କଶ୍ମୀର, ଲଦାଖରେ ଭୂକମ୍ପ ଝଟକା

ଶ୍ରୀନଗର/ଲେହ,୧୮।୧୨: କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ -କଶ୍ମୀର ଏବଂ ଲଦାଖରେ ସୋମବାର ଅପରାହ୍ନରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ଜମ୍ମୁ, ଶ୍ରୀନଗର, ପୁଞ୍ଚ, କିସ୍ତଓ୍ବାଡ, କାର୍ଗିଲ ସମେତ ବିଭିନ୍ନ ସ୍ଥାନରେ ଭୂକମ୍ପ ହୋଇଛି। ଏକ ଘଣ୍ଟା ମଧ୍ୟରେ ଚାରିଥର ଭୂକମ୍ପ ଝଟକା ଲାଗିଛି। ପ୍ରଥମ ଅପରାହ୍ନ ୩.୪୮, ଦ୍ୱିତୀୟଟି ଅପରାହ୍ନ ୩.୫୭ରେ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ୩.୮ ରେକର୍ଡ କରାଯାଇଛି। ଏହି ଉଭୟ ଭୂକମ୍ପର କେନ୍ଦ୍ରସ୍ଥଳ ଲଦାଖର କାର୍ଗିଲ ଅଞ୍ଚଳ ଥିବା ସୂଚନା ରହିଛି।

ସେହିପରି ତୃତୀୟ ଭୂକମ୍ପ ଅପରାହ୍ନ ୪.୦୧, ଚତୁର୍ଥ ଅପରାହ୍ନ ୪.୧୮ରେ ହୋଇଛି। ଯାହର ତୀବ୍ରତା ୪.୮ ଏବଂ ୩.୬ ମାପ କରାଯାଇଛି। ତୃତୀୟ ଏବଂ ଚତୁର୍ଥ ଭୂକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ ବିଭାଗର କିଶୋର ଜିଲା କିସ୍ତଓ୍ବାଡ ଥିଲା। ଭୂକମ୍ପ ଫଳରେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବାର ସୂଚନା ମିଳିନାହିଁ।

Share