Categories: ଜାତୀୟ

ଜମ୍ମୁ-କଶ୍ମୀର ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୫ ।୨: ଶ୍ରୀନଗର ସହରର ଜକୁରା ଅଞ୍ଚଳରେ ଶନିବାର ସକାଳୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତ ଆତଙ୍କବାଦୀ ଲସ୍କର-ଇ-ତୋଏବା ଓ ଟିଆରଏଫର ସଦସ୍ୟ ବୋଲି ଜଣାପଡିଛି । ଏମାନଙ୍କ ନିକଟରୁ ତଲାସି ବେଳେ ପୋଲିସ ୨ଟି ପିସ୍ତଲ ଓ ଆଉ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି । ତାଙ୍କ ନାଁ ହେଉଛି ଇଖଲାକ ହାଜମ । ସେ ଅନନ୍ତନାଗ ହସନପୋରାରେ ଏଚ ସି ଅଲି ମୋହମ୍ମଦଙ୍କ ହତ୍ୟା ଘଟଣାରେ ସାମିଲ ଥିଲେ ।

Share