ଶ୍ରୀନଗର,୨୯ ।୧୧: ସରକାରୀ ନୋଟିସର ୪୪ ଦିନ ପରେ ଶେଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି ଶ୍ରୀନଗରର ପଁଶ ଅଞ୍ଚଳରେ ଗୁପକାରରେ ଥିବା ତାଙ୍କର ସରକାରୀ ଘର ଫେୟାର ଭ୍ୟୁକୁ ସୋମବାର ଖାଲି କରିଛନ୍ତି । ଏହାପରେ ଶ୍ରୀନଗର ବାହାରେ ହାରୱନ ଖିମ୍ବର ଅଞ୍ଚଳରେ ଏକ ଥିବା ଏକ ଘରୋଇ ବାସଭବନକୁ ସ୍ଥାନାନ୍ତର ହୋଇଛନ୍ତି । ମେହେବୁବାଙ୍କ ଭଉଣୀ ବିଦେଶରେ ରହୁଥିବାରୁ ଏବେ ମେହେବୁବା ସେହି ଘରକୁ ସିଫ୍ଟ ହୋଇଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଅନନ୍ତନାଗ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟା ମଧ୍ୟରେ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ନୋଟିସ ଜାରି କରି ସରକାରୀ ଘର ଖାଲି କରିବାକୁ କହିଥିଲା । ତା’ପର ଦିନ ଅର୍ଥାତ୍ ସୋମବାର ଏମାନେ ଉଚ୍ଚାୟୁକ୍ତଙ୍କ ସାକ୍ଷାତ୍ କରି ଘର ଖାଲି କରିବାକୁ ସମୟ ଦେବାକୁ ଦାବି କରିଥିଲେ । ସେମାନେ କହିଥିଲେ କି ୧୫ ଦିନ ଭିତରେ ସେମାନେ ଘର ଖାଲି କରିଦେବେ ।