Categories: ଜାତୀୟ

‘ଆତଙ୍କବାଦୀ’ ନାଁ ନେଲେନି ଓମାର ଅବଦୁଲ୍ଲା: ବର୍ଷିଲେ ଲୋକେ

ନୂଆଦିଲ୍ଲୀ,୨୧।୧୦: ଗତ କିଛି ଦିନ ହେବ ଜମ୍ମୁ କଶ୍ମୀରରେ କ୍ରମାଗତ ଭାବେ ଆତଙ୍କବାଦୀ ଆକ୍ରମଣ ଘଟୁଛି। ଜମ୍ମୁ-କଶ୍ମୀରର ଗାଗଙ୍ଗୀରରେ ରବିବାର ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଲୋକମାନେ ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ସମାଲୋଚନା କରୁଛନ୍ତି।

ଗନ୍ଦରବଲରେ ସ୍ଥାନୀୟ ଅଣ ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଓମାର ଅବଦୁଲ୍ଲା ଏହାକୁ ଏକ ଉଗ୍ରବାଦୀ ଆକ୍ରମଣ ବୋଲି କହିଛନ୍ତି। ଏହି ସମୟ ମଧ୍ୟରେ ସେ ଆତଙ୍କବାଦୀ ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ଯାଇଥିଲେ। ଏହି କାରଣରୁ ଲୋକମାନେ ସୋସିଆଲ ମିଡିଆରେ ରାଗି ଯାଇଥିଲେ।

ଏହି ଆକ୍ରମଣ ପରେ ମୁକ୍ୟମନ୍ତ୍ରୀ ଅବଦୁଲ୍ଲା ଏକ ପୋଷ୍ଟ ଶେୟାର କରି କହିଛନ୍ତି, ମୁଁ ନିରୀହ ନୀରିହ ଲୋକଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ଦୃଢ ନିନ୍ଦା କରୁଛି ଏବଂ ସେମାନଙ୍କ ପ୍ରିୟଜନଙ୍କୁ ସମବେଦନା ଜଣାଉଛି। ମୁଁ ପ୍ରାର୍ଥନା କରୁଛି ଯେ ଆହତମାନେ ସମ୍ପୂର୍ଣ୍ଣ ସୁସ୍ଥ ହୁଅନ୍ତୁ।

ଏହି ଆତଙ୍କବାଦୀ ଆକ୍ରମଣରେ ଜଣେ ଡାକ୍ତର ଏବଂ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଓମାର ଅବଦୁଲ୍ଲାଙ୍କ ବିବୃତ୍ତି ପରେ ଲୋକମାନେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ସେ ‘ଆତଙ୍କବାଦୀ’ ପରିବର୍ତ୍ତେ ‘ଉଗ୍ରବାଦୀ’ ଶବ୍ଦକୁ କିପରି ବ୍ୟବହାର କରିଛନ୍ତି।

Share