Categories: ଜାତୀୟ

ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲାରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ ଶହୀଦ

ଶ୍ରୀନଗର,୨୧।୧୨: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲାରେ ଗୁରୁବାର ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍‌ ଉପରେ ଗୁଳି ଚଳାଇଛନ୍ତି। ଏଥିରେ ତିନିଜଣ ଯବାନ ଶହୀଦ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଯବାନଙ୍କୁ ନେଇ ଯାଉଥିବା ଟ୍ରକ୍‌ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ଅଧିକାରୀ କହିଛନ୍ତି , ଥାନାମଣ୍ଡି-ସୁରନକୋଟ ରାସ୍ତାରେ ସାୱନି ଅଞ୍ଚଳରେ ସେନା ଗାଡି ଉପରେ ଆକ୍ରମଣ କରାଯାଇଛି। ଏହି ଗାଡି ବୁଫଲିଆଜରୁ ଯବାନଙ୍କୁ ନେଇ ଯାଉଥିଲା। ବୁଧବାରଠାରୁ ବୁଫଲିଆଜରେ ଆତଙ୍କବାଦୀଙ୍କ ବିରୋଧରେ ଘେରାବନ୍ଦୀ ଏବଂ ସର୍ଚ୍ଚ ଅପରେଶନ ଜାରି ରହିଛି।

 

Share