Posted inଜାତୀୟ

ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୨୫।୫: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜମ୍ମୁ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ। ଏହାସହ ତାଙ୍କୁ ୧୦ ଲକ୍ଷ ଟଙ୍କା ଜୋରିମନା ମଧ୍ୟ କରାଯାଇଛି। ଏହି ନିଷ୍ପତ୍ତି ସମୟରେ ୟାସିନ କୋର୍ଟରେ ଉପସ୍ଥିତ ଥିଲେ। ୟାସିନଙ୍କ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି କୋର୍ଟରେ ଭାରି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ଜଜ ପ୍ରବୀଣ ସିଂ ମେ ୧୯ରେ ୟାସିନଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଏହା ପୂର୍ବରୁ ୟାସିନ ମଲିକଙ୍କୁ ଫାଶୀ ଦିଆଯାଉ ବୋଲି କୋର୍ଟରେ ଦାବି କରିଥିଲା ନ୍ୟାଶନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି(ଏନ୍‌ଆଇଏ)।
ସୂଚନାଯୋଗ୍ୟ,ୟାସିନ ମଲିକ ନିକଟରେ ୨୦୧୭ରେ କଶ୍ମୀର ଘାଟିରେ ଅଶାନ୍ତ ସୃଷ୍ଟି କରିବା ଏବଂ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହ ଜଡିତ ଏକ ମାମଲାରେ ଦିଲ୍ଲୀ କୋର୍ଟରେ ହାଜର ହୋଇ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସ୍ବୀକାର କରିଥିଲେ। ଆଜିର ଶୁଣାଣି ଆରମ୍ଭ ହେବା କ୍ଷଣି ଏନ୍‌ଆଇଏ ଦୋଷୀ ମଲିକଙ୍କୁ ପାଶୀ ଦଣ୍ଡ ଦେବାକୁ ଦାବି କରିଥିଲା। ଏନେଇ ୟାସିନ କହିଥିଲେ, ମୁଁ ଏହି ନିଷ୍ପତ୍ତି କୋର୍ଟଙ୍କ ଉପରେ ଛାଡ଼ିଦେବି, ମୁଁ କାହାକୁ ଅନୁରୋଧ କରିବି ନାହିଁ। ମୁଁ ଫାଶୀକୁ ଗ୍ରହଣ କରିବି। ଯଦି ଅନୁସନ୍ଧାନକାରୀ ସଂସ୍ଥା ପ୍ରମାଣ କରେ ଯେ ମୁଁ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଅଛି, ତେବେ ମୁଁ ରାଜନୀତିରୁ ଅବସର ନେବି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

ଆଜିଠାରୁ ୧୧ ଦିନ ଧରି ଉପାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ, କାରଣ…

ହାଇଦ୍ରାବାଦ,୨୨ା୯: ତିରୁପତି ପ୍ରସାଦ ବିବାଦକୁ ନେଇ ୧୧ଦିନ ଧରି ଉପବାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ। ଆନ୍ଧ୍ରପ୍ରଦେଶରେ ତିରୁପତି ବାଲାଜୀ ମନ୍ଦିରର ପ୍ରସାଦ ଲଡୁରେ ପଶୁ...

କ୍ୱାଡ୍‌ ଶିଖର ସମ୍ମିଳନୀରେ ଉଠିଲା ଅନେକ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ...

ଓଟିଟିରେ ଆସିବ ତମାଖୁ ନିରୋଧୀ ବିଜ୍ଞାପନ

ନୂଆଦିଲ୍ଲୀ,୨୨ା୯: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକରେ ତମାଖୁ ନିରୋଧୀ ସ୍ବାସ୍ଥ୍ୟ ସଚେତନତା ବିଜ୍ଞାପନ ଦେବା ପାଇଁ ପ୍ରସ୍ତାବ ଆଣିଛି। ଯଦି...

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri