Categories: ଜାତୀୟ

ଖାଇକୁ ଖସିଲା କ୍ରୁଜର: ୭ ମୃତ

ଶ୍ରୀନଗର,୨୪।୫: ଜମ୍ମୁ-କଶ୍ମୀରର କିଶ୍ଚଓ୍ବରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଧାନ୍ଦୁର ପାଓ୍ବାର ପ୍ରକଳ୍ପର କର୍ମଚାରୀଙ୍କୁ ନେଇ ଯାଉଥିବା ଏକ କ୍ରୁଜ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲା ଡାକ୍ତରଖାନା କିଶ୍ଚଓ୍ବରର କିମ୍ବା ଜିଏମସି ଡୋଡାକୁ ସ୍ଥାନାନ୍ତର କରାଯାଉଛି। ଆବଶ୍ୟକତା ଅନୁଯାୟୀ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି।

Share