Categories: ଜାତୀୟ

ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୩୧।୫: ଜମ୍ମୁ-କଶ୍ମୀରରେ ମଙ୍ଗଳବାର ଆତଙ୍କବାଦୀମାନେ କୁଲଗାମର ଗୋପାଳପୁରରେ ଜଣେ ଶିକ୍ଷୟିତ୍ରୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ଏହି ଘଟଣା ପରେ ସୁରକ୍ଷା ବାହିନୀ ଦ୍ୱାରା ସମଗ୍ର ଅଞ୍ଚଳକୁ କର୍ଡନ କରିବା ପାଇଁ ସର୍ଚ୍ଚ ଅପରେଶନ ଚାଲିଛି।
କଶ୍ମୀର ପୋଲିସ ଟୁଇଟ କରି କହିଛି ଯେ, କୁଲଗାମର ଗୋପାଳପୁର ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ ଶିକ୍ଷୟିତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ନାମ ରଜନି। ସେ ସାମ୍ବା ନିବାସୀ ଥିଲେ ଏବଂ ତାଙ୍କ ସ୍ବାମୀଙ୍କ ନାମ ରାଜକୁମାର। ଏହି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଥିବା ସମସ୍ତ ଆତଙ୍କବାଦୀଙ୍କୁ ଶୀଘ୍ର ଚିହ୍ନଟ କରାଯିବ ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ବଡ଼ଗାମରେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ରାହୁଲ ଜଣେ ସରକାରୀ କର୍ମଚାରୀ ଥିତ୍ଲେ। ଏହାସହ ପୋଲିସକର୍ମୀ ରିୟାଜ୍‌ ଅହମ୍ମଦ ଠାକୋର ଏବଂ ଟିଭି ଅଭିନେତ୍ରୀ ଅମରିନ୍‌ ଭଟ୍ଟଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା।

Share