Categories: ଜାତୀୟ

ଫ୍ଲାଟରୁ ମିଳିଲା କଶ୍ମୀର ନେତାଙ୍କ ମୃତଦେହ

ନୂଆଦିଲ୍ଲୀ,୯।୯: ରାଜଧାନୀସ୍ଥିତ ମୋତି ନଗର ଅଞ୍ଚଳର ଏକ ଫ୍ଲାଟରୁ ଗୁରବାର ମିଳିଛି ଜମ୍ମୁ କଶ୍ମୀରର ନେତା ୱାଜିରଙ୍କ ମୃତଦେହ । ରହସ୍ୟମୟ ପରିସ୍ଥିତିରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାରୁ ହତ୍ୟା କରାଯାଇଥିବା କିଛି ରିପୋର୍ଟରେ ଦାବି କରାଯାଇଛି। ତେବେ ଏ ନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ୱାଜିର ଜମ୍ମୁ କାଶ୍ମୀରର ଜଣେ ପ୍ରମୁଖ ନେତା। ସେ ଶିଖ୍‌ ଆଞ୍ଚଳିକ ଗୋଷ୍ଠୀ ଏବଂ ସେମାନଙ୍କର ଆଦର୍ଶକୁ ଦୃଢ଼ ବିରୋଧ କରୁଥିଲେ।

 

Share