Categories: ଜାତୀୟ

ଜମ୍ମୁ-କଶ୍ମୀର ପାଇଁ ୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ ଉପରାଜ୍ୟପାଳ

ଜମ୍ମୁ,୧୯ ।୯: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଶନିବାର ରାଜ୍ୟପାଇଁ ୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏବେ ଜମ୍ମୁ-କଶ୍ମୀରରେ ବ୍ୟବସାୟୀମାନେ ଆର୍ଥିକ ସଙ୍କଟର ସାମ୍ନା କରୁଥିବା ବେଳେ ଏହି ପ୍ୟାକେଜ ଘୋଷଣା କରି ଉପରାଜ୍ୟପାଳ ଖୁସି ବ୍ୟକ୍ତ କରିଛନ୍ତି । ଏହାଦ୍ୱାରା ବ୍ୟବସାୟୀମାନେ ଲାଭାବାନ ହେବା ସହ ଆତ୍ମନିର୍ଭର ଭାରତ ପାଇଁ ମଧ୍ୟ ଏହା ସହାୟକ ହେବ । ଏହାସହ ଉପରାଜ୍ୟପାଳ ବିଜୁଳି ଓ ପାଣି ବିଲ୍ ଉପରେ ଏକ ବର୍ଷ ପାଇଁ ୫୦ ପ୍ରତିଶତ ରିହାତି ଘୋଷଣା କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ୬ମାସ ପାଇଁ ବିନା କୌଣସି ସର୍ତ୍ତରେ ବ୍ୟବସାୟୀ ସମୁଦାୟର ପ୍ରତ୍ୟେକ ଋଣ ଗ୍ରହିତାଙ୍କୁ ୫ ପ୍ରତିଶତ ସୁଧ ଦେବାକୁ ନିଷ୍ପତ୍ତି ନିଆଯାଇଥିବା ଉପରାଜ୍ୟପାଳ ପ୍ରକାଶ କରିଛନ୍ତି । ଏହାଦ୍ୱାରା ବ୍ୟବସାୟୀଙ୍କୁ ଆଶ୍ୱସନା ବିଳିବା ସହ ରୋଜଗାର ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

Share