Categories: ଜାତୀୟ

ଦିଲ୍ଲୀ ଭଳି ଜମ୍ମୁ କଶ୍ମୀରରେ ଉପୁଜିବ କି ମତଭେଦ? ସରକାରଙ୍କ ସହ ତାଳମେଳକୁ ନେଇ ଏମିତି କହିଲେ ଏଲ୍‌ଜି ମନୋଜ ସିହ୍ନା

ଶ୍ରୀନଗର,୧୬।୧୦: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମିତିରେ ରାଜ୍ୟରେ କ’ଣ ଦିଲ୍ଲୀ ଭଳି ସ୍ଥିତି ଉପୁଜିବ? ରାଜଧାନୀରେ ଏଲ୍‌ଜି ଏବଂ ଆପ୍‌ ସରକାରଙ୍କ ମଧ୍ୟରେ ମତଭେଦ ହେଉଥିବା ବେଳେ ଜମ୍ମୁରେ କ’ଣ ସେଭଳି କିଛି ହେବ କି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି ଏଲ୍‌ଜିଙ୍କ ସହ ଉମରଙ୍କ ସମ୍ପର୍କ କିଭଳି ରହିବ ତାହା ଆଲୋଚନାର ବିଷୟ ପାଲଟିଛି।

ନିକଟରେ ମନୋଜ ସିହ୍ନା ଏକ ଖବରକାଗଜକୁ ସାକ୍ଷାତକାର ଦେଇ କେନ୍ଦ୍ର ଶାସିତ ରାଜ୍ୟର ‘ବିକାଶ’ ଏବଂ ଆଇନ ବ୍ୟବସ୍ଥା ବଜାୟ ରଖିବାକୁ ଜନାଦେଶ ହୋଇଛି। ସମାଜର କୌଣସି ବର୍ଗ ବିକାଶରୁ ବଞ୍ଚିତ ନ ରହୁ ତାହା ସୁନିଶ୍ଚିତ କରିବା ମୋର ଦାୟିତ୍ୱ। ନିର୍ବାଚିତ ସରକାର ମଧ୍ୟ ସେହିଭଳି କାମ କରିବ ବୋଲି ଆଶା କରୁଛି ବୋଲି ସେ କହିଛନ୍ତି।

ଏହାଛଡ଼ା ସରକାରଙ୍କୁ ବାର୍ତ୍ତା ଦେବାକୁ ଯାଇ ସେ କହିଛନ୍ତି ଯେ, ଜନତା ଜନାଦେଶ ଦେଇଛନ୍ତି। ନିର୍ବାଚିତ ପ୍ରତିନିଧି ଜମ୍ମୁ କଶ୍ମୀରର ଲୋକଙ୍କୁ ଶାନ୍ତି, ସମୃଦ୍ଧି ଏବଂ ବିକାଶ ପ୍ରଦାନ କରିବାକୁ ନେଇ ପ୍ରତିଶ୍ରୁତି ପୂରଣ କରିବା ଉଚିତ। ଏହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ ନୂଆ ସରକାରଙ୍କୁ ମୋର ପୂର୍ଣ୍ଣ ସମର୍ଥନ ରହିବ।

ଦିଲ୍ଲୀ ଭଳି ମତଭେଦ ସମ୍ପର୍କରେ ସେ କହିଛନ୍ତି ଯେ, ସମସ୍ତ ମତଭେଦ ଉପରେ କାର୍ଯ୍ୟ କରିହେବ। ଆମେ ସରକାର ସହ ମିଶି ଏଭଳି ପ୍ରସଙ୍ଗକୁ ସମାଧାନ କରିପାରିବୁ। ମୁଁ ୪ ବର୍ଷ ଧରି ଜମ୍ମୁ କଶ୍ମୀରରେ ଅଛି। ବହୁତ କାମ ହୋଇଛି। ବହୁତ କିଛି କରିବା ବାକି ଅଛି। ଏଣୁ କୌଣସି ମତଭେଦ ହେବାର ଆଶା ନାହିଁ। ଏଭଳି ମୁଁ କିଛି କରିବି ନାହିଁ ଯାହାଦ୍ୱାରା ସେଭଳି ସ୍ଥିତି ଉପୁଜିବ।

Share