Categories: ଜାତୀୟ

ଜମ୍ମୁ-କଶ୍ମୀରରେ ରହୁଥିବା ରାଜ୍ୟ ବାହାରର ଲୋକେ ବି ଦେଇପାରିବେ ଭୋଟ

ଜମ୍ମୁ,୧୮ ।୮: ଜମ୍ମୁ-କଶ୍ମୀରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବା ଅନୁମାନ କରାଯାଉଛି । ଏହା ପୂର୍ବରୁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ନିର୍ବାଚନ ଅଧିକାରୀ ହୃଦେଶ କୁମାର କହିଛନ୍ତି ଯେଉଁମାନେ ବାହାର ରାଜ୍ୟର ଲୋକ କଶ୍ମୀରରେ ରହୁଛନ୍ତି ସେମାନେ ସେମାନଙ୍କ ନାମ ଭୋଟର ଲିଷ୍ଟରେ ସାମିଲ କରି ଭୋଟ ଦେଇପାରିବେ । ଏଥିପାଇଁ ଏମାନଙ୍କୁ ବାସସ୍ଥାନର ପ୍ରମାଣ ପ୍ରତ୍ର ଆବଶ୍ୟକ ନାହିଁ । କେବଳ ସେତିକି ନୁହେଁ ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ସୁରକ୍ଷାକର୍ମୀ ବି ସେମାନଙ୍କ ନାମ ଭୋଟର ଲିଷ୍ଟରେ ସାମିଲ କରି ଭୋଟ ଦେଇ ପାରିବେ ।
ହୃଦେଶ କୁମାର କହିଛନ୍ତି ଜମ୍ମୁ-କଶ୍ମୀରେରେ ଚଳିତ ବର୍ଷ ପ୍ରାୟ ୨୫ ଲକ୍ଷ ନୂଆ ଭୋଟରଙ୍କ ନାମ ଭୋଟର ଲିଷ୍ଟରେ ସାମିଲ କରାଯିବ ବୋଲି ଅନୁମାନ କରାଯାଉଛି । ସେ କହିଛନ୍ତି କର୍ମଚାରୀ, ଛାତ୍ର, ଶ୍ରମିକ ଯେ କେହି ସ୍ଥାନୀୟ ଯେଉଁମାନେ କଶ୍ମୀରରେ ରହୁଛନ୍ତି ସେମାନେ ତାଙ୍କ ନାମ ଭୋଟର ଲିଷ୍ଟରେ ସାମିଲ କରିପାରିବେ ।

Share