Categories: ଜାତୀୟ

ପାମ୍ପୋର ଏନକାଉଣ୍ଟର: ଲସ୍କରର ଟପ୍ କମାଣ୍ଡର ସମେତ ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ,୧୬ ।୧୦: ଜମ୍ମୁ-କଶ୍ମୀର ପୁଲୱାମାର ପାମ୍ପୋର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ଲସ୍କର-ଇ-ତୋଏବାର ଆତଙ୍କବାଦୀ ଉମର ମୁସ୍ତାକ ଖାଣ୍ଡେ ବି ସାମିଲ ଥିବା କୁହାଯାଉଛି । ଏହି ସୂଚନା ଜମ୍ମୁ-କଶ୍ମୀର ପୋଲିସ ଦେଇଛି । ଏହି ଆତଙ୍କବାଦୀଙ୍କଠାରୁ ସୁରକ୍ଷାକର୍ମୀ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ବି ଜବତ କରିଛି । କଶ୍ମୀରର ପୋଲିସ ମହା ନିର୍ଦ୍ଦେଶକ ବିଜୟ କୁମାର କହିଛନ୍ତି, ଲସ୍କର-ଇ-ତୋଏବାର ଟପ୍ କମାଣ୍ଡର ଉମର ମୁସ୍ତାକ ଖାଣ୍ଡେ ତାଙ୍କ ସହଯୋଗୀଙ୍କ ସହ ନିହତ ହୋଇଛନ୍ତି । ଅନ୍ୟ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଦୀର୍ଘ ୮ ଘଣ୍ଟାର କଠିନ ପରିଶ୍ରମ ପରେ ଦୁଇ ଆତଙ୍କବାଦୀଙ୍କ ମୃତ ଶରୀରକୁ ଅଳିଆ ଭିତରୁ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ, ଲସ୍କର-ଇ-ତୋଏବାର ଟପ୍ କମାଣ୍ଡର ଉମର ମୁସ୍ତାକ ଖାଣ୍ଡେ ଶ୍ରୀନଗରର ବଘାଟରେ କଶ୍ମୀର ଜୋନ ପୋଲିସର ୨ ସହଯୋଗୀ ଏସଜିସିଟି ମୋହମ୍ମଦ ୟୁଶୁଫ ଓ ସିଟି ସୁହେଲ ଆହଙ୍କୁ ଶହୀଦ କରିଦେଇଥିଲେ । ଯେତେବେଳେ ସେମାନେ ପାମ୍ପୋର ଦ୍ରାଂଗବଲରେ ଚା’ ପିଉଥିଲେ ସେତେବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । ତେବେ ଆତଙ୍କବାଦୀଙ୍କ ବିଭିନ୍ନ ଅପରାଧ ମଧ୍ୟରେ ଏହା କ୍ଷମା ନ କରିବା ଭଳି ଏକ ଅପରାଧ ଥିଲା ।

Share