Categories: ଜାତୀୟ

ସ୍ବତନ୍ତ୍ର ବୁଥ୍‌ରେ ଭୋଟ ଦେଲେ ଜମ୍ମୁ-କଶ୍ମୀର ପଣ୍ଡିତ

ଉଦ୍ଧମପୁର,୨୩।୪: ସୋମବାର ସକାଳ ୭ଟାରୁ ଦେଶର ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମ। ଜମ୍ମୁ-କଶ୍ମୀରର ଅଧିକାଂଶ ଅଞ୍ଚଳ ସମ୍ବେଦନଶୀଳ ଥିବା ବେଳେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ ଜମ୍ମୁ-କଶ୍ମୀରର ପଣ୍ଡିତମାନଙ୍କ ପାଇଁ ଉଦ୍ଧମପୁରରେ ଏକ ସ୍ବତନ୍ତ୍ର ଭୋଟ ଦାନ କେନ୍ଦ୍ର କରାଯାଇଛି। ଏଠାରେ ପଣ୍ଡିତମାନେ କେବଳ ଅନନ୍ତନାଗ ବିଧାନସଭା ଆସନ ପାଇଁ ଭୋଟ ଦେଇଥିବା ସୂଚନା ମିଳିଛି।

Share