Categories: ଜାତୀୟ

ଜମ୍ମୁ-କଶ୍ମୀରରେ ବଡ଼ ଦୁର୍ଘଟଣା: ନଦୀରେ ବୁଡିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା

ଶ୍ରୀନଗର,୧୬।୪: ଜମ୍ମୁ-କଶ୍ମୀରରେ ବଡ଼ ଦୁର୍ଘଟଣା ଘଟିଛି। ଯାତ୍ରୀ ଏବଂ ସ୍କୁଲ ପିଲାଙ୍କୁ ନେଇଯାଉଥିବା ଏକ ଡଙ୍ଗା ଶ୍ରୀନଗରର ବଟୱାରର ଝେଲମରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ ୪ ଜଣ ପ୍ରାଣ ହରାଇଥିବା ବେଳେ ତିନି ପିଲା ନିଖୋଜ ଅଛନ୍ତି।

ଏହା ବ୍ୟତୀତ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୨ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲା। ଏହି ପ୍ରସଙ୍ଗରେ ଶ୍ରୀନଗରର ଜିଲା ପ୍ରଶାସନ ସୋସିଆଲ ମିଡିଆ ଏକ୍ସରେ ସଳଚନା ଦେଇ କହିଛି ଯେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଏହା ଜାରି ରହିଛି।

Share