Categories: ଜାତୀୟ

୩ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର,୩୦।୧୦: ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ନେତା। ଦକ୍ଷିଣ କଶ୍ମୀରର କୁଲଗାମ ଜିଲା ଗୁରୁବାର ଆତଙ୍କବାଦୀମାନେ ୩ ଜଣ ସ୍ଥାନୀୟ ଭାଜପା କର୍ମୀଙ୍କୁ ହତ୍ୟା କରିଛନ୍ତି। ସେମାନେ ହେଲେ କୁଲଗାମ ଭାଜପା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଫିଦା ହୁସେନ ଇଠୋ, ସହଯୋଗୀ ଉମର ହାଜମ ଓ ହାରୋନ ବୈଗ। ଏହି ୩ ଜଣଙ୍କ ଆତଙ୍କବାଦୀ ହତ୍ୟା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହି ହତ୍ୟା ପଛରେ ଲସ୍କର ଇ ତୋଇବାର ହାତ ଥିବା ଜଣାପଡିଛି। ଏହା ଏକ ପୂର୍ବ ପ୍ରସ୍ତୁତ ଯୋଜନା ବୋଲି ପୋଲିସ କହିଛି। ସନ୍ଧ୍ୟାରେ ୩ ଜଣ ଭାଜପା କର୍ମୀ ଛିଡା ହୋଇଥିବା ବେଳେ ଦୁଇରୁ ୩ ଜଣ ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳି ମାଡ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି।

Share