Categories: ଜାତୀୟ

ସରପଞ୍ଚଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୫।୪: ଜମ୍ମୁ-କଶ୍ମୀର ବାରମୁଳାରେ ଆତଙ୍କବାଦୀମାନେ ପୁଣି ଥରେ ସରପଞ୍ଚମାନଙ୍କୁ ଟାର୍ଗେଟ କରୁଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଜଣେ ଭାଜପା ସମର୍ଥକ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ମୃତ ଜଣକ ହେଲେ ମଞ୍ଜୁର ଅହମ୍ମଦ ବାଙ୍ଗରୁ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ବାରମୁଳା ଜିଲା ଗୋଶବଗ୍‌ ପାଟନ ଅଞ୍ଚଳରେ କିଛି ଅଜ୍ଞାତ ଆତଙ୍କବାଦୀ ମଞ୍ଜୁର ଅହମ୍ମଦଙ୍କୁ ଗୁଳି କରିଥିଲେ। ଏହାପରେ ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଥିଲେ। ତେବେ ଗୁରୁତର ଅବସ୍ଥାରେ ମଞ୍ଜୁରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିବା ପ୍ରଥମ ଘଟଣା।

Share