ଶ୍ରୀନଗର,୧।୧ : ଜମ୍ମୁ-କଶ୍ମୀରର ପୁଲ୍ଓ୍ବାମାରେ ଆତଙ୍କବାଦୀମାନେ ପାଟ୍ରୋଲିଂ ଟିମ୍ର ଜଣେ ଅଫିସରଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇଛନ୍ତି। ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ପୋଲିସ, ସେନା ଏବଂ ସିଆର୍ପିଏଫ୍ ପକ୍ଷରୁ ମିଳିତ ତଲାସି ଅଭିଯାନ ଜାରି ରହିଛି। ପୁଲ୍ଓ୍ବାମା ଜିଲାର ବିଲୋ ଅଞ୍ଚଳରେ ସିଆର୍ପିଏଫ୍ ପାଟ୍ରୋଲିଂ କରୁଥିବାବେଳେ ଏହାର ଜଣେ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟରଙ୍କଠାରୁ ଆତଙ୍କବାଦୀ ରାଇଫଲ ଛଡ଼ାଇ ନେଇ ପଳାଇଥିଲେ। ଉକ୍ତ ଅଞ୍ଚଳକୁ ସୁରକ୍ଷା ବଳ ଚାରିପଟୁ ଘେରିରହିଛି।