Categories: ଜାତୀୟ

ଜମ୍ମୁ-କଶ୍ମୀରର କିଛି ଅଞ୍ଚଳରେ ପାକିସ୍ତାନର ମୋବାଇଲ ସିଗନାଲ୍‌: ସତର୍କ କଲା ସୁରକ୍ଷା ଏଜେନ୍ସି!

ଜମ୍ମୁ,୫ ।୨: ଜମ୍ମୁ ସହର ନିକଟରେ ଥିବା କିଛି ଅଞ୍ଚଳରେ ପାକିସ୍ତାନର ମୋବାଇଲ ଟାୱାର ସିଗନାଲ ମିଳିବା ଫଳରେ ହଇଚଇ ସୃଷ୍ଟି ହୋଇଛି । ଏହାପରେ ସୁରକ୍ଷା ଏଜେନ୍ସି ପକ୍ଷରୁ ସିଗନାଲ ମିଳିଥିବା ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି । ଇତି ମଧ୍ୟରେ ପୋଲିସ ପହଞ୍ଚି ଖୋଳତାଡ କରିଥିଲେ ବି ପୋଲିସ ହାତରେ ସେମିତି କିଛି ତଥ୍ୟ ଲାଗିନାହିଁ । ତେବେ ସିଗନାଲ ମିଳିଥିବା ସ୍ଥାନରେ ପୋଲିସ ଓ ସୁରକ୍ଷାକର୍ମୀ ସତର୍କ ହୋଇଯାଇଛନ୍ତି । ସେହି ଅଞ୍ଚଳରେ ଥିବା ଘର ଗୁଡିକରେ ଯାଞ୍ଚ କରାଯାଇଥିଲେ ବି ସେମିତି କିଛି ସନ୍ଦିଗ୍ଧ ବସ୍ତୁ ଅବା ତଥ୍ୟ ମିଳି ନ ଥିବା ସୂଚନା ରହିଛି । ଗୁଇନ୍ଦା ସଂସ୍ଥା ଜମ୍ମୁ-କଶ୍ମୀର ପୋଲିସକୁ ଦେଇଥିବା ସୂଚନା ଅନୁଯାୟୀ, ମନତାଲାବ ଅଞ୍ଚଳରେ ପାକିସ୍ତାନର ମୋବାଇଲ ଫୋନ ଟାୱାରର ସିଗନାଲ ଆସୁଥିଲା । ହେଲେ ସମସ୍ତ ଯାଞ୍ଚ ପରେ ବି ସେମିତି କୌଣସି ସନ୍ଦିଗ୍ଧ ବସ୍ତୁ ଅବା ତଥ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନ ଥିବା ଜଣାପଡିଛି ।

Share